ଶକ୍ତି ବିଭାଗରେ ଘୋଟାଲା ଚୁପ ବସିଛନ୍ତି ଶକ୍ତି ମନ୍ତ୍ରୀ I

ବିଜେପୁର ଉପନିର୍ବାଚନ ରେ ନିଜର ଦମଦାର ଶକ୍ତି ପ୍ରଦର୍ଶନ କରି ବିଜେଡି ପ୍ରାଥୀ ଙ୍କୁ ବିଜୟ ମୁକୁଟ ପିନ୍ଧାଇଥିବା ନେତା ମାନଙ୍କ ମଧ୍ୟରୁ ସୁଶାନ୍ତ ସିଂ ସର୍ବାଗ୍ରେ ଥିଲେ I ଫଳସ୍ୱରୂପ ନବୀନ ବାବୁ ଉପହାରରେ ସୁଶାନ୍ତ ସିଂ ଙ୍କୁ ଦେଇଥିଲେ ଦୁଇଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ,ଗୋଟିଏ ଶକ୍ତି ମନ୍ତ୍ରୀ ପଦକୁ ଅନ୍ୟଟି ଶ୍ରମ ବିଭାଗ I ଭୁଶୁଡିପଡିଥିବା ବିଦ୍ୟୁତ ବିଭାଗରେ କିଛି ଆଶା ସଂଚାର ହେଇଥିଲା ଯାହାହେଉ ନୂଆ ମନ୍ତ୍ରୀ ଆସିଲେ କିଛି ପରିବର୍ତନ ହେବ ରାଜ୍ୟ ସରକାର ଙ୍କ ଦ୍ୱାରା ଅଣଦେଖା ତଥା ଅବହେଳାର ଶିକାର ହେଇଥିବା ଏ ବିଭାଗଟି I ତାଙ୍କ ପୂର୍ବରୁ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ମଲିକ ମହାଶୟ ବିଦ୍ୟୁତ କର୍ମଚାରୀ ମାନଙ୍କୁ ଯେଉଁ ସବୁ ଅବଦାନ ଦେଇକି ଯାଇଛନ୍ତି , ତାହା ନକହିବା ଭଲ I

ଲୋୟର ପିଏମଜୀ ଆନ୍ଦୋଳନ , ବିଧାନସଭା ଘେରାଓ ହେଉ କିମ୍ବା ଶକ୍ତି ମନ୍ତ୍ରୀ ଙ୍କ ଘର ଘେରାଓ ହେଉ ସମସ୍ତଙ୍କୁ ଗୋଟେ ଗୋଟେ ଲିଖିତ ପ୍ରତିଶୃତି ଦେଇ ଯାଇଛନ୍ତି , ଯାହାର କୌଣସି ମୂଲ୍ୟ ନାହିଁ I ଏବେ ଆସିବା ଆମର ନୂଆ କରିତକର୍ମା ଶକ୍ତି ମନ୍ତ୍ରୀ ଙ୍କ ପାଖକୁ I ମହାଶୟ ଶକ୍ତି ବିଭାଗରେ ବହୁ ପରିବର୍ତନ ଆଣିବେ , ଆସନ୍ତା ଅକ୍ଟୋବର ଭିତରେ ସବୁ ଘରକୁ ବିଜୁଳି ଯୋଗାଇଦେବେ , ଅନ୍ଧାରରେ ଆଉ କେହି ରହିବେ ନାହିଁ I

ଏକଥା ଆମେ କହୁନୁ ଖୋଦ ଶକ୍ତି ମନ୍ତ୍ରୀ ବାରମ୍ବାର ମିଡିଆରେ ପ୍ରତି ସପ୍ତାହରେ ଥରେ
ପ୍ରେସ କନ୍ଫରେସ ଡାକି ବାଇଟ ଦେଉଛନ୍ତି I ସେପଟେ ଏହାକୁ ଉପଭୋକ୍ତା ମହାସଂଘ ତରଫରୁ ରମେଶ ଶତପଥୀ ଅତି ହାସ୍ୟାସ୍ପଦ ବୋଲି କହିଛନ୍ତି I

ରାଜ୍ୟରେ 66 ଲକ୍ଷ ଉପଭୋକ୍ତା ଥିବାବେଳେ ସେମାନଙ୍କୁ ସଠିକ ସେବା ଯୋଗାଇଦେବାରେ ଆବଶ୍ୟକ କର୍ମଚାରୀ ନାହାନ୍ତି I ଫ୍ରାଞ୍ଚାଇଜ ଏବଂ ଆଉଟ ସୋର୍ସ ଅଧୀନରେ ପାଖାପାଖି 25000 ଠିକା କର୍ମଚାରୀ ଅଛନ୍ତି , ଯେହେତୁ ଶକ୍ତି ମନ୍ତ୍ରୀ ଙ୍କ ହାତରେ ଶ୍ରମ ବିଭାଗ ଅଛି ତେଣୁ ତୁରନ୍ତ ଏହି 25000 ଠିକା କର୍ମଚାରୀ ଙ୍କୁ ନିୟମିତ କରାଯାଇ କିମ୍ବା ସେମାନଙ୍କର ଚାକିରୀ ସର୍ତାବଳୀ ଲାଗୁକରାଯାଇ ସମାନ କାମକୁ ସମାନ ଦରମା ଲାଗୁ କରାଗଲେ ଉପଭୋକ୍ତା ସଠିକ ବିଦ୍ୟୁତ ସେବା ପାଇବେ I ନଚେତ ଶକ୍ତି ମନ୍ତ୍ରୀ ଙ୍କ ସବୁ ଘରକୁ ବିଜୁଳି କେବଳ ଏକ ଘୋଷଣା ହେଇ ରହିଯିବ I

ଏବେ ଆସିବା ଶକ୍ତି ମନ୍ତ୍ରୀ ଙ୍କ ଦାୟିତ୍ୱ ଏବଂ କର୍ତବ୍ୟ ବିଷୟକୁ :-ମନ୍ତ୍ରୀ ମହୋଦୟ ଦାୟିତ୍ୱ ନେଉ ନେଉ କେନ୍ଦ୍ରାପଡାରେ ଏଂଜେନ କର୍ମଚାରୀ ଙ୍କ ଏକ ବୈଠକ ରେ ଯୋଗ ଦେଇ କହିଥିଲେ ଖୁବ ଶୀଘ୍ର କର୍ମଚାରୀ ମାନଙ୍କର ସମସ୍ୟା ସମାଧାନ କରାଯିବ , ଯାହାକି କେବଳ ପ୍ରତିଶୃତି ହେଇ ରହିଯାଇଛି I

ଫ୍ରାଞ୍ଚାଇଜ SUPL & RUPL ର ବହୁ ଘୋଟାଲା ଯେପରିକି ଉପଭୋକ୍ତା ଙ୍କ ଠାରୁ ଆଦାୟ ଅର୍ଥର ଅନିୟମିତତା , ସେସୁ ଅର୍ଥରେ ହେରଫେର ଇତ୍ୟାଦି ର ଖୁଲାଶା ହେଇଥିଲେ ମଧ୍ୟ ଶକ୍ତି ମନ୍ତ୍ରୀ ଚୁପ ରହିବା ସନ୍ଦେହ ଘେରକୁ ଆସୁଛି I ଖାଲି ଏତିକି ନୁହେଁ ରାଜ୍ୟ ସରକାର ଙ୍କ Minimum Wages ରୁ ବଂଚିତ ହେଉଛନ୍ତି ଫ୍ରାଞ୍ଚାଇଜ କର୍ମଚାରୀ I ଏହାକୁ ବିରୋଧ କରିବାରୁ ଫ୍ରାଞ୍ଚାଇଜ SUPL & RUPL ବହୁ ଶ୍ରମିକ ଙ୍କୁ ଛଟେଇ କରିଦେଇଛି I କିଛି ଦିନ ତଳେ ଫ୍ରାଞ୍ଚାଇଜ SUPL & RUPL ର ଶ୍ରମିକ ସଙ୍ଘଠନ ବାଧ୍ୟ ହେଇ ଶକ୍ତି ମନ୍ତ୍ରୀ ଙ୍କୁ ଦେଖା ହେଇଥିଲେ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟର ର ପ୍ରତିବାଦ କରି I ଶକ୍ତି ମନ୍ତ୍ରୀ ମଧ୍ୟ ଦୃଢ ପ୍ରତିଶୃତି ଦେଇଥିଲେ କର୍ମଚାରୀ ମାନଙ୍କର ସମସ୍ୟାର ର ସମାଧାନ କରିବା ପାଇଁ I

ଏନେଇ ଫ୍ରାଞ୍ଚାଇଜ SUPL & RUPL କୁ ନିର୍ଦେଶ ଦେଇଥିଲେ ଶକ୍ତି ମନ୍ତ୍ରୀ I କିନ୍ତୁ ଶକ୍ତି ମନ୍ତ୍ରୀ ଙ୍କ ନିର୍ଦେଶ କୁ ଫୁ କରି ଉଡାଇଦେଇଛି ଫ୍ରାଞ୍ଚାଇଜ SUPL & RUPL I ବେଖାତିର ଭାବରେ କର୍ଣ୍ଣପାତ କରିନି ଶକ୍ତି ମନ୍ତ୍ରୀ ଙ୍କ ନିର୍ଦେଶ କୁ I ୟା ଭିତରେ ହାତ ଟେକିଦେଇଛନ୍ତି ଶକ୍ତି ମନ୍ତ୍ରୀ ତେବେ କଥା ଉଠୁଛି ଶକ୍ତି ମନ୍ତ୍ରୀ ଙ୍କ ଶକ୍ତି ଗଲା କୁଆଡେ ? ଫ୍ରାଞ୍ଚାଇଜ ଆଗରେ କଣ ହାର ମାନିଗଲେ ମନ୍ତ୍ରୀ ? ନା ୟା ଭିତରେ କିଛି ରହସ୍ୟ ଲୁଚି ରହିଛି ? : ଅନ୍ୟାୟର ଶିକାର ହେଇ ନ୍ୟାୟ ଖୋଜୁଛନ୍ତି ଠିକା କର୍ମଚାରୀ I କିଏ ଦେବ ନ୍ୟାୟ ସେମାନଙ୍କୁ ?
ଉତ୍ତର ଖୋଜୁଛୁ , ମିଳିଲେ ପୁଣିଥରେ ଆସିବୁ ଆଉ ଏକ ନୂଆ ଖବର ନେଇ ଆପଣଙ୍କ ପାଖକୁ I ଅଧିକ ତାଜା ଖବର ପାଇଁ Follow କରନ୍ତୁ ଫେସବୁକ ରେ Log in କରନ୍ତୁ www.odishaexclusive .in

Leave a Reply

Your email address will not be published. Required fields are marked *