ଜାତୀୟ ଚ୍ୟାନେଲ ଆଣ୍ଡ୍ ଟିଭି ର ଧାରାବାହିକରେ ମୁଖ୍ୟ ଭୂମିକାରେ ଓଡ଼ିଆ ଝିଅ ପ୍ରକୃତି ମିଶ୍ର

ଓଡିଶାରୁ ଯାଇ ଜାତୀୟ ଚାନେଲ ଆଣ୍ଡ ଟିଭି ରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ଓଡ଼ିଆ ଝିଅ ପ୍ରକୃତି ମିଶ୍ର I ଆଣ୍ଡ ଟିଭି ରେ ପ୍ରସାରିତ ହିନ୍ଦୀ ସିରିଏଲ ‘ବିଟ୍ଟି ବିଜ୍‌ନେସଓ୍ବାଲି’ର ମୁଖ୍ୟ ଭୂମିକାରେ ଆସିଛନ୍ତି ଆମ ଓଡ଼ିଆ ଝିଅ ପ୍ରକୃତି I ଏହା ଆମ ଓଡିଶା ପାଇଁ ଏକ ଗର୍ବ ନିଚୟ I ଚଳିତ ମାସ 16 ରୁ ଏହା ପ୍ରସାରିତ ହେଇଚି I

ସୋମବାରରୁ ଶୁକ୍ରବାର ସନ୍ଧ୍ୟା ୭.୩୦ରେ ପ୍ରତ୍ୟକ ସପ୍ତାହ ରେ ପ୍ରସାରିତ ହେବ I ପ୍ରକୃତି ଙ୍କ ସହିତ ନାୟକ ଭୂମିକାରେ ଆସିଛନ୍ତି ଅଭିଷେକ ବଜାଜ I ଏହା ଏକ ନାରିକେନ୍ଦ୍ରୀକ ଧାରାବାହିକ ଯେଉଁଥିରେ ମୁଖ୍ୟ ଚରିତ୍ର ରେ ଅଛନ୍ତି ପ୍ରକୃତି I

ସୂଚନା ଥାଉ କି କିଛିଦିନ ତଳେ ଓଡିଆ ଚଳଚ୍ଚିତ୍ର ‘ହେଲୋ ଆର୍ସି’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ପ୍ରକୃତି ମିଶ୍ର ।

ବହୁତ କମ୍ ବୟସରୁ ଅନେକ ଓଡ଼ିଆ ଫିଲ୍ମ ରେ ଅତି ଚମତ୍କାର ଭାବରେ ଅଭିନୟ କରିଥିଲେ ପ୍ରକୃତି I ଜାତୀୟ ସ୍ତରରେ ପ୍ରସାରିତ ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଆସିବା ଆମ ଓଡିଶା ପାଇଁ ଏକ ସୌଭାଗ୍ୟ ର ବିଷୟ I

Leave a Reply

Your email address will not be published. Required fields are marked *