ହାରିଗଲେ ବି.ଏସ୍‌.ୟେଦୁରପ୍ପା “ଅଧା ରହିଗଲା ବିଜେପି ର ମିଶନ କର୍ଣ୍ଣାଟକ

ଅଢେଇଦିନର ମୁଖ୍ୟମନ୍ତ୍ରୀ ହେବାପରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇ ନପାରି ବି.ଏସ୍‌.ୟେଦୁରପ୍ପା ଇସ୍ତଫା ଦେଇଛନ୍ତି I ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଶେଷରେ ଜେଡିଏସ ଏବଂ କଂଗ୍ରେସ ମେଣ୍ଟ ରେ କର୍ଣ୍ଣାଟକ ରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି I

ସୂଚନା ଥାଉ କି କର୍ଣ୍ଣାଟକ ନିର୍ବାଚନ ର ଫଳାଫଳ ଘୋଷଣା ରେ ବିଜେପି କୁ 104 , କଂଗ୍ରେସ 78 ଏବଂ ଜେଡିଏସ କୁ 38 ମିଳିଥିଲା I କିନ୍ତୁ ରାଜ୍ୟପାଳ ବିଜେପି ନେତା ୟେଦୁରପ୍ପା ଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ ଏହାକୁ ବିରୋଧ କରି କଂଗ୍ରେସ ସୁପ୍ରିମକୋର୍ଟ ଯାଇଥିଲା I

ସୁପ୍ରିମ କୋର୍ଟ ୟେଦୁରପ୍ପା ଙ୍କୁ ସଂଖ୍ୟା ଗରିଷ୍ଠତା ଦେବା ପାଇଁ ନିର୍ଦେଶ ଦେଇଥିଲେ I ବିଜେପି ବହୁ କଳେ ବଳେ କୌଶଳ କରି ମଧ୍ୟ ସଂଖ୍ୟା ଗରିଷ୍ଠତା ନଥିବାରୁ , ଆଜି ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପୂର୍ବରୁ ୟେଦୁରପ୍ପା ରାଜ୍ୟପାଳ ଙ୍କ ପାଖକୁ ଯାଇ ଇସ୍ତଫା ଦେଇଛନ୍ତି I ଏହାକୁ କଂଗ୍ରେସ ସ୍ୱାଗତ କରିଛି I

Leave a Reply

Your email address will not be published. Required fields are marked *