ଟ୍ରେନ ରେ ମହିଳାଙ୍କୁ ସୁରକ୍ଷା ଦେବେ ସୁଭଦ୍ରା ବାହିନୀ

ଦିନକୁ ଦିନ ମହିଳାଙ୍କ ପ୍ରତି ଅସଦାଚରଣ ବଢ଼ିବାରେ ଲାଗିଛି I ଏପରିକି ଟ୍ରେନ ରେ ମଧ୍ୟ ମହିଳା ମାନେ ସୁରକ୍ଷିତ ନୁହନ୍ତି I ମହିଳା ମାନଙ୍କୁ ସୁରକ୍ଷା ଦେବାପାଇଁ ଓଡିଶା ଇଷ୍ଟକୋଷ୍ଟ ରେଲୱେ ଏକ ଅଭିନବ ପ୍ରୟାସ କରିଛି I ପ୍ରଥମ ଥର ପାଇଁ ଟ୍ରେନିଂ ପ୍ରାପ୍ତ ଏକ 7 ଜଣିଆ ମହିଳା କନେଷ୍ଟବଳ ଆରତୀ ପଣ୍ଡା,ପ୍ରତିମା, ଗୀତା ଦାସ,ଅନସ୍ମିତା,ମୀନା ବେହେରା, ମଞ୍ଜୁଲତାଏବଂ ବିଜେୟିତା ଙ୍କୁ ନେଇ ଟିମ୍ ଗଠନ କରାଯାଇଛି I ଏହି ଟିମ୍ ର ନାମ ରହିଛି ସୁଭଦ୍ରା ବାହିନୀ I ସୁଭଦ୍ରା ବାହିନୀ ଆଜି ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଟ୍ରେନ ରେ ଯାତ୍ରା କରିଛି ଏବଂ ଓଡ଼ିଶାର ଅନ୍ୟ ସ୍ଥାନରେ ଖୁବ ଶୀଘ୍ର ଏହି ବାହିନୀ ର ସଂଖ୍ୟା କୁ ବୃଦ୍ଧି କରାଯିବ I ଏଇଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ରହିଛି 182 I

Leave a Reply

Your email address will not be published. Required fields are marked *