ଆଜି ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇଦେଇଛନ୍ତି I ଏନେଇ ଦଳୀୟ ସଭାପତି ନବୀନ ବାବୁ ଙ୍କ ନିକଟକୁ ତିନିପ୍ରୁଷ୍ଠା ବିଶିଷ୍ଟ ଏକ ଇସ୍ତଫା ପତ୍ର ପଠାଇଛନ୍ତି I ଏବଂ ଖୁବ ଶୀଘ୍ର ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି I ଗତ ଜାନୁଆରୀ 24 ରେ ବିଜେଡି ରୁ ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଥିଲା I ଏବଂ ସବୁଯାଗାରେ ତାଙ୍କୁ ବିରୋଧ କରାଯାଇଥିଲା I କିନ୍ତୁ କିଛିଦିନ ତଳେ ବୈଜୟନ୍ତ ଙ୍କ ବାପା ବଂଶୀଧର ଙ୍କ ମୃତ୍ୟୁରେ ଶେଷ ଦର୍ଶନ ରେ ବିଜେଡି ର କୌଣସି ନେତା ଯୋଗ ଦେଇନଥିଲେ I
ଏଇଥିରେ ବୈଜୟନ୍ତ ଖୁବ ମର୍ମାହତ ଏବଂ ଦୁଃଖିତ ହେଇଥିଲେ I ସୂଚନା ଥାଉ କି ବୈଜୟନ୍ତ ଙ୍କ ବାପା ବଂଶୀଧର ଏବଂ ନବୀନ ଙ୍କ ବାପା ବିଜୁ ବାବୁ ଙ୍କ ଭିତରେ ବହୁତ ଭଲ ସମ୍ପର୍କ ଥିଲା I ଯେଉଁ ଦଳ ପାଇଁ ସେ ଏତେ ପରିଶ୍ରମ କରିଥିଲେ ଶେଷରେ ସେହି ଦଳ ତାଙ୍କ ଦୁଖଦଃ ସମୟରେ ତାଙ୍କ ପାଖରେ ଠିଆ ନହେବା ରେ ବହୁତ କଷ୍ଟ ହେଇଥିଲା ବୈଜୟନ୍ତ ଙ୍କୁ I ଶେଷରେ ବାଧ୍ୟ ହେଇ ଦଳରୁ ନିଜେ ଇସ୍ତଫା ଦେଇଦେଇଛନ୍ତି I
Good decision…