ଆଇନ ମନ୍ତ୍ରୀ ଙ୍କୁ ଶ୍ରୀମନ୍ଦିର ରେ ଦୁର୍ବ୍ୟବହାର କଲେ ଦଇତାପତି ସେବକ

ବାରମ୍ବାର ଭକ୍ତ ଙ୍କୁ କିଛି ମନ୍ଦିର ସେବକ ମାନେ ମାଡ ଘଟଣା ହେଉ କିମ୍ବା କେତେବେଳେ ଭକ୍ତ ଙ୍କ ପାକେଟ ରୁ ପର୍ସ , ତ ଆଉ କେତେବେଳେ ବେକରୁ ସୁନା ଚେନ ଲହୁ ଲୁହାଣ କରିଦେବାର ଘଟଣା ସମସ୍ତଙ୍କ ସାମ୍ନାକୁ ଆସିଛି I ଅନେକ ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲେ ମଧ୍ୟ ସ୍ତିତିରେ ସୁଧାର ଆସୁନି I ଏମାନଙ୍କ ଭଳି କିଛି ସେବକ ମାନଙ୍କ ପାଇଁ ମନ୍ଦିର ର ସମସ୍ତ ସେବକ ମାନେ ନିନ୍ଦିତ ହେଉଛନ୍ତି I ଏମାନଙ୍କର ଦୌରାତ୍ମ୍ୟ ଏତେ ବଢ଼ିଗଲାଣି ଯେ ଏନେଇ ଗତ କିଛିଦିନ ତଳେ ବିଶିଷ୍ଟ ଲେଖିକା ତଥା ଓଡ଼ିଶାର ଗର୍ବ ପ୍ରତିଭା ରାୟ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ମନ୍ଦିର ଭିତରକୁ ନଯିବା ପାଇଁ I

ସିଂହଦ୍ୱାର ନିକଟରୁ ଜଗନ୍ନାଥ ଙ୍କ ଦର୍ଶନ କରିବା ପାଇଁ କହିଥିଲେ I ହସ୍ତଗତ ହେଇଥିବା ସୂଚନା ଅନୁଯାଇ ଆଜି ଆଉ ଭକ୍ତ ନୁହନ୍ତି ଖୋଦ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ମନ୍ଦିର ଭିତରେ ଦୁର୍ବ୍ୟବହାରକରିଛନ୍ତି ବରିଷ୍ଠ ଦଇତାପତି I ମିଳିଥିବା ସୂଚନା ଅନୁଯାଇ ମନ୍ତ୍ରୀ ଲକ୍ଷ୍ମୀ ମନ୍ଦିରରୁ ଦର୍ଶନ ସାରି ବେଢା ପରିଦର୍ଶନ କରୁଥିବା ବେଳେ ବରିଷ୍ଠ ଦଇତାପତି ସେବକ ଜଣଙ୍କ ମନ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ

I ସେବକ ଜଣଙ୍କୁ ପରିଚାଳନା କମିଟର ସଦସ୍ୟ ରେ ରଖାଯାଇନଥିଲା ଏଇଥିପାଇଁ ସେ ରାଗିପାଚିକି ମନ୍ତ୍ରୀ ଙ୍କୁ ଦେଖିବା ମାତ୍ରେ ଗାଳିଗୁଲଜ କରିଥିଲେ Iଏବଂ ଚେତାବନୀ ଦେଇଥିଲେ ଯେ କେବଳ ସେ ବିଜେଡି ଦଳରେ ଅଛନ୍ତି ବୋଲି ନଚେତ ମନ୍ଦିର ଭିତରକୁ ମନ୍ତ୍ରୀ ଙ୍କୁ ସେ ପୁରାଇଦେଇନଥାନ୍ତେ I ଏନେଇ ମନ୍ତ୍ରୀ କୌଣସି ଅଭିଯୋଗ କରିନାହାନ୍ତି I ତେବେ ଯଦି ଆଇନ ମନ୍ତ୍ରୀ ଙ୍କୁ ଏପରି ଙ୍କ ଦୁର୍ବ୍ୟବହାର, ତେବେ ସାଧାରଣ ଭକ୍ତ ଙ୍କ ଅବସ୍ଥା ଅନୁମେୟ I

Leave a Reply

Your email address will not be published. Required fields are marked *