ଏହି ବ୍ୟକ୍ତି ମାନଙ୍କୁ ମଶା ବେଶୀ କାମୁଡ଼ିଥାଏ : ଜାଣନ୍ତୁ କାହିଁକି !!

ଆପଣଙ୍କୁ ମଶା ବେଶୀ କାମୁଡୁଛନ୍ତି କି?
ଭୁବନେଶ୍ୱର(ଦେବଦତ୍ତ ରଥ):ଆପଣଙ୍କୁ ମଶା ବେଶୀ କାମୁଡୁଛନ୍ତି କି?ଏପରି ଶୁଣିବାକୁ ମିଳେ କିଛି ଲୋକଙ୍କୁ ମଶା ବେଶୀ କାମୁଡି ଥାଏ।ଆଉ କେତେ ଜଣଙ୍କୁ କମ।ଗୋଟିଏ ଘରେ ରହିଥିବା ପରିବାର ଭିତରେ ବେଳେବେଳେ ପୁଅ ଆଜି ବେଶୀ ମଶା,ଖାଲି କାମୁଡି ପକାଉଉଛନ୍ତି କହି ଦେହ ମୁଣ୍ଡକୁ ବାଡେଇ ପକାଉଥିବା ବେଳେ ମା’ କୁହେ କାଇଁ ନାଇଁ ତ,ମତେ ତ’ ଜଣା ପଡୁନାହାଁନ୍ତି?ତତେ ଖାଲି କାମୁଡି ପକାଉଛନ୍ତି?ତେଣେ ବାପା ହଁ କାମୁଡୁଛି କହିଲା ବେଳେ ଝିଅ ମନା କରୁଥାଏ,ନାଁ ମତେ ଜଣା ପଡୁନି।କିଏ କିଏ କହେ ତୋ ରକ୍ତ ମିଠା ହେଇଥିବ ତ,ତେଣୁ ତତେ ବେଶୀ କାମୁଡୁଥିବେ।ତେବେ ଏହା କ’ଣ ସତ ଜଣ ଜଣଙ୍କୁ ମଶା ବେଶୀ କାମୁଡ଼ିଥାଏ?

ଏନେଇ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ଉପସ୍ଥାପନ କରିଛନ୍ତି।ତଥ୍ୟ ଅନୁଯାୟୀ ହଁ ଏହା ସତ ଯେ, ଜଣ ଜଣଙ୍କୁ ମଶା ବେଶୀ କାମୁଡ଼ିଥାଏ।କିଛି ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି।ପୁଣି କିଛି ଲୋକଙ୍କୁ କମ କାମୁଡ଼ିଥାଆନ୍ତି।ଏପରିକି କିଛି ଲୋକଙ୍କ ପାଖକୁ ମଶା ଆଦୌ ଯାଇ ନଥାନ୍ତି।
ଏପରି କାହିଁକି ହୋଇଥାଏ,ଜାଣିବା ପାଇଁ ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା ଚଳାଇଥିଲେ।ତେବେ ଏ ସମ୍ପର୍କରେ ଏକ ଗବେଷଣା ତଥ୍ୟ ସାମନାକୁ ଆସିଛିି।ଏଥିରେ ଦର୍ଶାଯାଇଛି ଯେ, ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହୋଇଥାନ୍ତି।ମଶା ଲୋକଙ୍କର ଶରୀର ବାସ୍ନାକୁ ମନେ ରଖିପାରନ୍ତି।

ତେଣୁ ବାରମ୍ବାର ପୂର୍ବରୁ କାମୁଡିଥିବା ବ୍ୟକ୍ତିଙ୍କ ପାଖକୁ ଆସି ରକ୍ତ ଶୋଷିଥାନ୍ତି।‘ଓ’ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କ ବାସ୍ନା ସେମାନଙ୍କ ସ୍ମୃତିରେ ଅଧିକ ଭାବରେ ରହିଥାଏ।କାରଣ ଏହି ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କ ରକ୍ତରେ ଶର୍କରା ପରିମାଣ ଅନ୍ୟ ବ୍ଲଡ୍‌ଗ୍ରୁପର ବ୍ୟକ୍ତିଙ୍କ ତୁଳନାରେ ଅଧିକ ଥାଏ। ଅପରପକ୍ଷରେ ‘ଏ’ ତଥା ‘ବି’ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପାଖକୁ ମଶା ଖୁବ୍‌ କମ୍‌ ଆସିଥାନ୍ତି।ମାଈ ମଶା ଶରୀରରେ ଡିମ୍ବାଣୁର ବୃଦ୍ଧି ପାଇଁ ପ୍ରୋଟିନ୍‌ ଆବଶ୍ୟକ ହୋଇଥାଏ। ତେଣୁ ମାଈ ମଶା ହିଁ ମଣିଷ କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ରକ୍ତ ଶୋଷିଥାଏ। କିନ୍ତୁ ଯେତେବେଳେ କି ଅଣ୍ଡିରା ମଶା ଫୁଲ ମହୁ ଶୋଷିବାକୁ ପସନ୍ଦ କରିଥାଏ।

Leave a Reply

Your email address will not be published. Required fields are marked *