ସରକାରୀ ଘର କରାଇଦେବାକୁ କହି ଗରିବ ମହିଳାଙ୍କ ହାତ ଗୋଡ ବାନ୍ଧି କେନାଲ ନିକଟରେ …

ବର୍ବରତା ର ସବୁ ସୀମା ଟପିଯାଇଛି କଳିଯୁଗର କିଛି ଦାନଵ ରୁପି ମଣିଷ I ଏମାନଙ୍କ ଅତ୍ୟାଚାର ରେ ତ୍ରାହି ତ୍ରାହି ଡ଼ାକିଲାଣି ନାରୀ ରୁପି ମା I ଏତେ ଆଇନ ଥାଇ ମଧ୍ୟ ଏମାନଙ୍କୁ ସତେଯେପରି ଭୃକ୍ଷେପ ନାହିଁ ଆଇନ ପ୍ରତି I ମଣିଷ ଯେ ଏତେ ତଳକୁ ଖସି ପାରିବ ତାହା ଦେଖିବାକୁ ମିଳିଛି ରାଜନଗର ଥାନା ଅନ୍ତର୍ଗତ ବଗପାଟିଆ ଗାଁରେ I ଜଣେ କାମୁକ ସରକାରୀ ଆବାସ କରେଇ ଦେବା କୁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି I ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ସରକାରୀ ଘର କରାଇଦେବାକୁ କହିଥିଲେ I

ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ପଡୋଶୀ I ମହିଳା ଜଣଙ୍କ ବସିବାକୁ କହିବାରୁ ,ଘରର କବାଟ ବନ୍ଦ କରିଦେଇଥିଲେ ଅଭିଯୁକ୍ତ I ମହିଳାଙ୍କ ହାତ, ଗୋଡ ଏବଂ ପାଟି କୁ ବାନ୍ଧି ଦେଇଥିଲା ଅଭିଯୁକ୍ତ I ଫଳରେ ମହିଳା ଜଣଙ୍କ ପାଟି କରିପାରିନଥିଲେଏ I ମହିଳାଙ୍କୁ ଘର ପଛପଟ ରାସ୍ତାରେ ନିକଟସ୍ଥ ନାଳ କୁ ଟେକିନେଇଥିଲେ I ଏବଂ ହାତ ଗୋଡ ବନ୍ଧା ଅବସ୍ଥାରେ ଦୁଷ୍କର୍ମ କରିଥିଲେ ଏବଂ ସେଠାରେ ଛାଡି ଚାଲିଯାଇଥିଲେ I ମହିଳାଙ୍କ ଘରଲୋକ ଖୋଜାଖୋଜି କରିବା ପରେ ପଛ ପଟ ନାଳ ହୁଡ଼ା ରେ ମହିଳାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ I ଏନେଇ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତ କୁ ଧରିବାରେ ପୋଲିସ ବିଫଳ ହେଇଚି I

Leave a Reply

Your email address will not be published. Required fields are marked *