କ୍ଷମା ନମାଗିଲେ ଅରୁଣ ଙ୍କୁ ମୟୁରଭଞ୍ଜ ରେ ପୁରାଇଦିଆଯିବନାହିଁ , ଅଣ୍ଡା ଏବଂ କାଳି ମାଡ ହେବ

ଛାତ୍ର ନେତା ତୁଷାର ଙ୍କୁ ଅରୁଣ ସାହୁ ଉଠ ବସ କରେଇବା ସହଜରେ ହଜମ କରିପାରିନାହାନ୍ତି ମୟୁରଭଞ୍ଜ ବାସି I ଦଳମତ ନିର୍ଵିଶେଷରେ ବିଜେପି , କଂଗ୍ରେସ , ଏବିଭିପି ର ଯୁବ ନେତା ମାନେ ଆଜି ଏନେଇ ଜିଲ୍ଲାପାଳ ଙ୍କ ଅଫିସ ରେ ଦାବିପତ୍ର ଜଣାଇଛନ୍ତି I ଅଭିନବ ଉପାୟରେ ଯୁବ ନେତା ନିଜେ ଉଠ ବସ ହେଇ ପ୍ରତିବାଦ ଜଣାଇଛନ୍ତି I ଏହା ବିଜେଡି କିମ୍ବା ଅନ୍ୟ ଦଳ କଥା ନୁହେଁ ସମଗ୍ର ଯୁବ ଛାତ୍ର ନେତାଙ୍କ ପ୍ରତି ଉପହାସ I

ତୁରନ୍ତ ଅରୁଣ ସାହୁ କ୍ଷମା ମାଗନ୍ତୁ I ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି 7 ଦିନ ଭିତରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ I ନଚେତ ଆଗାମୀ ଦିନରେ ଅରୁଣ ଙ୍କୁ ମୟୁରଭଞ୍ଜ ରେ ପୁରାଇଦିଆଯିବ ନାହିଁ I ଅରୁଣ ଙ୍କୁ ଅଣ୍ଡା ଏବଂ କାଳୀ ମାଡ ସହିତ କଳାପତାକା ଦେଖାଇ ଘୋର ବିରୋଧ କରାଯିବ I
ଛାତ୍ର ନେତାଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ମୟୁରଭଞ୍ଜ ରେ ଅରୁଣ ଙ୍କୁ ପୁରାଇଦିଆଯିବ ନାହିଁ ବୋଲି ମୟୂରଭଞ୍ଜ ଜିଲ୍ଲା ଯୁବ ବିଜେପି ସଭାପତି କୁମାର ମଙ୍ଗଳମ ପ୍ରତିକ୍ରିୟା ରଖିଛନ୍ତି I

ସେହିପରି ଆଗାମୀ 7 ଦିନ ଭିତରେ ଅରୁଣ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମୟୂରଭଞ୍ଜ ବନ୍ଦ ଡାକରା ସହିତ ଅରୁଣ ଙ୍କୁ ଅଣ୍ଡା ମାଡ ହେବ ବୋଲି ମୟୂରଭଞ୍ଜ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ ପ୍ରତିକ୍ରିୟା ରଖିଛନ୍ତି I

ଏବଂ ଏବିଭିପି ର ଯୁବ ଗୋଷ୍ଠୀ ମଧ୍ୟ ସାମିଲ ଥିଲେ I

ତେବେ ଏନେଇ ଅରୁଣ ଙ୍କ ସମର୍ଥନ କରିଛନ୍ତି ବିଜେଡି ଯୁବ ନେତା ରାଣା ପ୍ରତାପ I
ତାଙ୍କ କହିବା ଅନୁଯାଇ ବିଜେଡି ନେତା ତଥା ଅରୁଣ ଭାରି ଲୋକ ସେ ଏପରି କରିନାହାନ୍ତି I କଥାରେ ସତ୍ୟ ନାହିଁ I ସୂଚନା ଥାଉ କି ଗତକାଲି ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ସଭାପତି ତୁଷାର ନାୟକ ଙ୍କୁ ଅରୁଣ ଗ୍ଲୀଗୁଳା କରିବା ସହିତ 70 ଥର ବସ୍ ଉଠ କରାଇଥିଲେ I

Leave a Reply

Your email address will not be published. Required fields are marked *