ମିଳିଗଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ : 2019 ରେ ନବୀନ ଙ୍କୁ ହରାଇବେ , ପ୍ରଧାନମନ୍ତ୍ରୀ ବି ହେଇପାରନ୍ତି

ଭୁବନେଶ୍ୱର 4.6.2018( ଲକି )
ନିଉଜ ଏଡିଟିଂ କଲାବେଳେ ହଠାତ ଜଣେ ବନ୍ଧୁ ଙ୍କର କଲ୍ ଆସିଲା , ବ୍ୟସ୍ତ ଥିବା ସତ୍ୱେ ଅନିଚ୍ଛା ରେ କଲ୍ ଟିକୁ ଗ୍ରହଣ କଲାପରେ ସେପଟୁ ରିପ୍ଲାଏ ଆସିଲା ଭାଇ 2019 ରେ ମୁଖ୍ୟମନ୍ତ୍ରୀ ନବୀନ ଙ୍କ ବିକଳ୍ପ ମିଳିଗଲେ ,ମୁଁ କହିଲି ହଁ ଭାଇ ଏଇଟା ତ ପୁରୁଣା କଥା ଐର ଖାରବେଳ ସ୍ୱାଇଁ ତ କିଛିଦିନ ତଳେ ନିଜକୁ ନବୀନ ଙ୍କ ବିକଳ୍ପ କହୁଥିଲେ ତାହା ଛଡା ଧର୍ମେନ୍ଦ୍ର , ନିରଞ୍ଜନ ଏପରି ଆହୁରି କେତେଜଣ ଅଛନ୍ତି ଯିଏ କି ନବୀନ ଙ୍କ ସମକ୍ଷକ ବୋଲି ତାଙ୍କ ସମର୍ଥକ ମାନେ ଦାବି କରନ୍ତି I ବନ୍ଧୁ ଜଣକ କହିଲେ ନାଇଁ ରେ ଭାଇ ୟେ ସିଧାସଳଖ 2019 ରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚନରେ ଲଢେଇ କରିବେ ଏବଂ ପ୍ରତି ଗାଁ ରୁ ଜଣେ ଜଣେ ବିଧାୟକ ଏବଂ ସାଂସଦ ତିଆରି କରିବେ I

କଥାଟି ଶୁଣିଲା ପରେ ମୁଁ ହସିବାରୁ ବନ୍ଧୁ ମୋର ଏକ ଭିଡିଓ ଏବଂ ଜଣେ ଯୁବକ ଙ୍କ ପ୍ରୋଫାଇଲ ର ଲିଙ୍କ ଶେୟାର କଲେ I
ଘଟଣାଟି ଏହିପରି :-
ଯୁବକ ଜଣଙ୍କ ନିଜକୁ ମହାତ୍ମା ସୁବାଷ ବୋଲି ଘୋଷଣା କରିଛନ୍ତି I

କେତେବେଳେ ନିଜକୁ ମୁଖ୍ୟମନ୍ତ୍ରୀ ଙ୍କ ବିକଳ୍ପ ତ କେତେବେଳେ ପ୍ରଧାନମନ୍ତ୍ରୀ ଙ୍କ ବିକଳ୍ପ ବୋଲି କହୁଛନ୍ତି I ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଅତି ଅଶ୍ଳୀଳ ଭାଷାରେ ଖୋଲାଖୋଲି ନିଜ ଫେସବୁକ ରେ ଗାଳି କରିଛନ୍ତି I

2019 ରେ ଓଡିଶାରୁ ସ୍ୱାଧୀନ ଭାବରେ ସିଧାସଳଖ ନବୀନ ବାବୁଙ୍କ ସହିତ ଲଢ଼ି ମୁଖ୍ୟମନ୍ତ୍ରୀ ଏବଂ ନରେନ୍ଦ୍ର ମୋଦିଙ୍କ ସହିତ ଲଢେଇ କରି ପ୍ରଧାନମନ୍ତ୍ରୀ ହେବେ I ଏନେଇ ନିଜର କାମ ବି ଆରମ୍ଭ କରିଦେଇଛନ୍ତି I ପ୍ରତିଦିନ ଗାଁ କୁ ବୁଲି, ଆଦିବାସୀ ଲୋକଙ୍କ ଭିଡିଓ , ଏବଂ ସମସ୍ୟା ବିଷୟରେ ରେକର୍ଡ କରି ଫେସବୁକ ରେ ଅପ୍ଲୋଡ କରୁଛନ୍ତି I ଖାଲି ଏତିକି ନୁହେଁ ବିଲରୁ ଧାନ କାଟି ତାର ବି ଭିଡିଓ ଅପ୍ଲୋଡ କରି ଯୁବକ ମାନଙ୍କୁ ପରିଶ୍ରମ କରିବା ସହିତ ପ୍ରତି ଗ୍ରାମରୁ ଜଣେ ଜଣେ ବିଧାୟକ ଠିଆ ହେବା ପାଇଁ ଆହ୍ୱାନ ଦେଉଛନ୍ତି I

ବେଳେବେଳେ ପାଣି ମଝିରେ ନିଜର ବ୍ୟାନର ଟାଙ୍ଗି ଅନର୍ଗଳ ଓଡ଼ିଆ ,ହିନ୍ଦୀ , ଇଂରାଜୀ ରେ ଭାଷଣ ଦେଉଛନ୍ତି I ଭାଷଣରେ ପାଟିରେ ବାଟୁଳି ବାଜୁନି I କିଛିଦିନ ତଳେ ଯୁବକ ଜଣଙ୍କର ଏକ ଭିଡିଓ ଭାଇରଲ ହେଇଥିଲା ଯେଉଁଥିରେ କି ସେ ମୋଦିଙ୍କୁ କଟାକ୍ଷ କରିଥିଲେ I ତେବେ ବଡ ମଜା କଥା ହେଉଛି ପ୍ରତି ଭିଡିଓ ରେ ଫେସବୁକ ବ୍ୟବହାରକାରୀ ମାନେ ଏ ଯୁବକ ଜଣଙ୍କୁ ଅତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଖରାପ କମେଣ୍ଟସ ଦେଇଥାନ୍ତି ଏବଂ ଭିଡିଓ ଅପ୍ଲୋଡ ନକରିବାକୁ କହିଥିଲେ ମଧ୍ୟ ଯୁବକ ଜଣଙ୍କୁ ଏହାର କୌଣସି ପ୍ରଭାବ ପଡ଼େନି I

ତେବେ ମିଳିଥିବା ସୂଚନା ଅନୁଯାଇ ଯୁବକ ଜଣଙ୍କ ନାମ ସମୀର ସାହୁ ଏବଂ ସେ ରାଜସ୍ତାନ ୟୁନିଭରସିଟି ରୁ ଗ୍ରାଜୁଏଟ ପାସ କରିଛନ୍ତି I ଏନେଇ ଯୁବକ ଜଣଙ୍କ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ସାଧାରଣତଃ ଶସ୍ତା ଲୋକପ୍ରିୟତା ପାଇଁ ସେ ଏପରି ଉଦ୍ୟମ କରୁଛନ୍ତି ବୋଲି ତାଙ୍କ ବନ୍ଧୁ ମାନେ ମତାମତ ରଖିଛନ୍ତି I

ସୋସିଆଲ ମିଡ଼ିଆ ଏପରି ଭାବରେ ପ୍ରସାର ହେଲାଣି ଯେ ଗୋଟିଏ ମୁହୁର୍ତରେ ଆପଣଙ୍କ ବାର୍ତା ସାରା ବିଶ୍ୱ ର ଲୋକଙ୍କ ପାଖରେ ପହଞ୍ଚିପାରୁଛି I ଖୁବ ଅଳ୍ପ ସମୟ ମଧ୍ୟରେ ରାତାରାତି ଅନେକ ସାଧାରଣ ଲୋକଙ୍କୁ ସେଲିବ୍ରିଟି ବନାଇଦେଇଛି I

Leave a Reply

Your email address will not be published. Required fields are marked *