ନୂଆ ବିଜୁଳି କନେକ୍ସନ ରେ ଲାଗୁହେଲା 18% ଜିଏସଟି

ଗୋଟେପଟେ ସରକାର ସୌଭାଗ୍ୟ ନାମରେ ମାଗଣା ବିଜୁଳି ଯୋଗାଇଦେବାକୁ ଘୋଷଣା କରୁଥିବା ବେଳେ ଅନ୍ୟପଟେ ବିଦ୍ୟୁତ ସଂଯୋଗ ରେ ଲାଗିଛି GST I ଅର୍ଥାତ ଘରକୁ ବିଜୁଳି କନେକ୍ସନ ନେବାକୁ ହେଲେ ଉପଭୋକ୍ତା ଙ୍କୁ ପ୍ରୋସେସିଙ୍ଗ ଫି, ସିଷ୍ଟମ ଲୋଡିଙ୍ଗ ଚାର୍ଜ ଏବଂ ମିଟର ମୂଲ୍ୟ ବାବଦକୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ I ଏହା ଉତ୍ତରପ୍ରଦେଶ ରେ ଲାଗୁ ହେଇଚି I
ମିଳିଥିବା ସୂଚନା ଅନୁଯାଇ ଗତ ମାସ 23 ତାରିଖରେ ପାୱାର କର୍ପୋରେଶନ ତରଫରୁ ଏକ ବୈଠକ ବସିଥିଲା ଏବଂ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ର ବିନା ଅନୁମତିରେ ବିଜୁଳି ମିସଲେନିୟସ ଚାର୍ଜ ରେ ଜିଏସଟି ଲାଗୁକରାଯାଇଥିଲା I ଯାହାକି ସମ୍ପୂର୍ଣ୍ଣ ବେନିୟମ ଅଟେ I ଏହାଦ୍ୱାରା ସମସ୍ତ ନୂଆ ବିଦ୍ୟୁତ ସଂଯୋଗ ମହଙ୍ଗା ହେଇଚି I

ଏହାକୁ ନେଇ ଉତ୍ତରପ୍ରଦେଶ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ର ଅଧ୍ୟକ୍ଷ ଅବଧେଶ କୁମାର ବର୍ମା ଘୋର ବିରୋଧ କରିଛନ୍ତି I ବିଦ୍ୟୁତ ନିୟାମକ ଆୟୋଗ ଙ୍କ ବିନା ସୁପାରିଶ ରେ ଏହା ବେନିୟମ ଅଟେ I ତୁରନ୍ତ ନୂଆ ସଂଯୋଗୀ କରଣ ଉପରୁ ଜିଏସଟି ହଟାଯାଉ ନଚେତ ଆଗାମୀ ଦିନରେ ସମସ୍ତ ଉପଭୋକ୍ତା ରାଜରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବେ I

Leave a Reply

Your email address will not be published. Required fields are marked *