ଅଘୋଷିତ ବିଦ୍ୟୁତ କାଟ ଏବଂ ବିଳମ୍ବିତ ଦରମା କୁ ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ର ଅଫିସ ଘେରାଓ

ବିଭିର୍ଣ୍ଣ ଦାବି ନେଇ ଓଡ଼ିଶା ବିଜୁଳି କର୍ମଚାରୀ ସଂଘ ତରଫରୁ ଆଜି ସାଉଥ୍‌କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଓ କରାଯିବା ସହିତ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା I ବାରମ୍ବାର ପ୍ରତିଶୃତି ଦିଆଯିବା ପରେ ମଧ୍ୟ ପ୍ରତିଶୃତି ରଖାନଯିବାରୁ ଶ୍ରମିକ ସଙ୍ଘଠନ ତରଫରୁ ବାଧ୍ୟ ହେଇ ଆଜି ଘେରାଓ କରାଯାଇଥିଲାI କର୍ତ୍ତୃପକ୍ଷ ଙ୍କ ପ୍ରତିଶୃତି ଅନୁଯାଇ ପ୍ରତିମାସ ସଠିକ ସମୟରେ ନିୟମିତ କର୍ମଚାରୀ ମାନଙ୍କୁ ଦରମା ଦିଆଯାଉନାହିଁ I

ଠିକା କର୍ମଚାରୀ ମାନଙ୍କୁ ପାଖାପାଖି ତିନିମାସର ବକେୟା ଦରମା ଦିଆଯାଇନାହିଁ I ବିନା ସୂଚନା ରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ କରାଯାଉଛି ଏବଂ ଖାଲି ପଡିଥିବା ପଦବୀ ଗୁଡିକର ତୁରନ୍ତ ପୂରଣ ନିମନ୍ତେ ସଂଘ ତରଫରୁ ଘେରାଓ କରାଯାଇଥିଲା I ଘେରାଓ ରେ ସଂଘର ସଭାପତି ଅଳି କିଶୋର ପଟ୍ଟନାୟକ, ନିରଞ୍ଜନ ପାତ୍ର, ରାକେଶ ସ୍ବାଇଁ, ପଞ୍ଚାନନ ଜେନା, ସମେତ ଶତାଧିକ କର୍ମଚାରୀ ସାମିଲ ଥିଲେ I

Leave a Reply

Your email address will not be published. Required fields are marked *