ପୁଣି ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ବୃଦ୍ଧି ନିମନ୍ତେ ଯୋଜନା

ସେସୁ ରେ ଆର୍ଥିକ କ୍ଷତି ଦର୍ଶାଇ ୨୦୧୨ ରେ 20 ଟି ଡିଭିଜନ ମଧ୍ୟରୁ 60% ରୁ ଉର୍ଧ ATC ଲସ ଥିବା ୧୪ଟି ଡିଷ୍ଟ୍ରିବ୍ୟୁଶନ ଡିଭିଜନର କାର୍ଯ୍ୟ ତୁଲାଇବାକୁ ୩ଟି କମ୍ପାନୀ ଏନ୍‌ଜେନ୍‌, ଆରୟୁପିଏଲ ଆଣ୍ଡ ଏସ୍‌ୟୁପିଏଲ ଏବଂ ଫେଡ୍‌କୋକୁ ୫ ବର୍ଷ ପାଇଁ ଦିଆଯାଇଥିଲା I ଏବଂ 5 ବର୍ଷ ଭିତରେ 15% ATC ଲସ କମାଇବା ପାଇଁ ନିର୍ଦେଶ ଥିଲା I ୟା ମଧ୍ୟରେ ଫ୍ରାଞ୍ଚାଇଜ ର ଚୁକ୍ତି ଅନୁଯାଇ କାର୍ଯ୍ୟକାଳ ଡିସେମ୍ବର-2017 ରେ ସରିଯାଇଥିଲା କିନ୍ତୁ ଅହେତୁକ ଅନୂକମ୍ପା ଦେଖାଇ 6 ମାସ ଅର୍ଥାତ 2017 ଜୁନ୍ -30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା I
5 ବର୍ଷ ର କାର୍ଯ୍ୟକାଳ ର ସରକାରୀ ସମୀକ୍ଷା ଅନୁଯାଇ

Enzen ମାର୍ଚ୍ଚ 2018 ସୁଦ୍ଧା ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ବଦଳରେ ହାରାହାରି 10.2% ATC ଲସ କମାଇଥିବା ବେଳେ fedco ମାର୍ଚ୍ଚ 2018 ସୁଦ୍ଧା ନିର୍ଧାରିତ ଧାର୍ଯ୍ୟ ଅନୁଯାଇ 15% ରୁ ହାରାହାରି 5% ଅଧିକ , 20% ATC ଲସ କମାଇଛି Iଏବଂ ଫ୍ରାଞ୍ଚାଇଜ SUPL & RUPL 15% ବଦଳରେ 0.5% ATC ଲସ କମାଇଛି I ତେବେ ଏହାଦ୍ୱାରା ଫ୍ରାଞ୍ଚାଇଜ କେଉଁ ପରିମାଣରେ ସେସୁ ରେ ଲାଭ କଲା ତାହା ବିଚାର କରାନଯାଇ ପୁଣିଥରେ ଫ୍ରାଞ୍ଚାଇଜ ର ଚୁକ୍ତି ମୀଆଦ କୁ ବୃଦ୍ଧି କରାଯାଉଛି ବୋଲି ନିର୍ଭର ସୂତ୍ର ରୁ ଖବର ମିଳିଛି I

ଖବର ଅନୁଯାଇ 8 ଦିନ ମଧ୍ୟରେ ଫ୍ରାଞ୍ଚାଇଜ ର କାର୍ଯ୍ୟକାଳ ସରିବାକୁ ଯାଉଥିବା ବେଳେ ସେସୁ ରେ ଆବଶ୍ୟକ କର୍ମଚାରୀ ର ଅଭାବ ଏବଂ ଆର୍ଥିକ କ୍ଷତି ଦର୍ଶାଇ ପୁନର୍ବାର ଫ୍ରାଞ୍ଚାଇଜ ର ଚୁକ୍ତି ବୃଦ୍ଧି କରାଯିବ I ବିଦ୍ୟୁତ ବିଶେଷଜ୍ଞ ଙ୍କ ମତାମତ ଅନୁଯାଇ ଆଗକୁ ନିର୍ବାଚନ ଆସୁଥିବାରୁ ହୁଏତ ମାର୍ଚ୍ଚ -19 ଯାଏଁ ବୃଦ୍ଧି କରାଯିବ ଏବଂ ତାପରେ ନୂତନ ଟେଣ୍ଡର ଡକାଯିବ I କିମ୍ବା ଏହି ଆଠ ଦିନ ଭିତରେ ପୁନଶ୍ଚ 5 ବର୍ଷ ପାଇଁ ଚୁକ୍ତି ବୃଦ୍ଧି କରାଯିବାର ଘୋଷଣା କରାଯିବ I ଏନେଇ ଉଞ୍ଚ ସ୍ତରରେ କିଛିଦିନ ଧରି ବୈଠକ ଚାଲୁଅଛି I ଖୁବ ଶୀଘ୍ର ଏନେଇ ଜଣାପଡିବ I

ଅନ୍ୟପଟେ କିନ୍ତୁ ଶ୍ରମିକ ଶୋଷଣ ଭଳି ଗୁରୁତର ଅଭିଯୋଗ ଆଣି ଫ୍ରାଞ୍ଚାଇଜ SUPL & RUPL ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି ବିଦ୍ୟୁତ କର୍ମଚାରୀ ସେବା ସଂଘ I ଫ୍ରାଞ୍ଚାଇଜ SUPL & RUPL ର ନବୀକରଣ ନକରିବାକୁ ଶ୍ରମ କମିଶନର ଙ୍କୁ ଲିଖିତ ଅଭିଯୋଗ ସହିତ ଶହ ଶହ ଶ୍ରମିକ ସାକ୍ଷାତ କରି ବିନୀତ ଅନୁରୋଧ କରିଛନ୍ତି I

Leave a Reply

Your email address will not be published. Required fields are marked *