ଶ୍ରୀମନ୍ଦିର ରେ ଭକ୍ତ ଙ୍କ ପର୍ସ ଚୋରି କରି ସେବାୟତ ଗିରଫ

ଲଜ୍ୟା , ପୁଣି ଶ୍ରୀମନ୍ଦିର ରେ ଭକ୍ତ ଙ୍କ ପର୍ସ ଚୋରି କରି ଗିରଫ ହେଇଛନ୍ତି ଜଣେ ସେବାୟତ I
କେତେବେଳେ ଭକ୍ତ ଙ୍କୁ ମାଡ ତ କେତେବେଳେ ଦୁର୍ବ୍ୟବହାର I ଦିନକୁ ଦିନ ଶ୍ରୀମନ୍ଦିର ରେ ସେବାୟତ ଙ୍କ ବ୍ୟବହାର ଅସହ୍ୟ ହେବାକୁ ଲାଗିଥିବା ବେଳେ ଏବେ ଏକ ନୂଆ ଅଧ୍ୟାୟ ଲେଖାହେଇଛି ଶ୍ରୀମନ୍ଦିର ସେବାୟତ ଙ୍କ ଇତିହାସରେ I ମିଳିଥିବା ସୂଚନା ଅନୁଯାଇ ଗତକାଲି ପୁରୀ ଶ୍ରୀମନ୍ଦିର ଭିତରକାଠରେ ଜଣେ ଭକ୍ତ ଦର୍ଶନ କରୁଥିବା ବେଳେ ତାଙ୍କ ଠାରୁ ସେବାୟତ ପର୍ସ ଚୋରି କରିନେଇଥିଲେ

I ଭକ୍ତ ଙ୍କ ନାମ ସ୍ୱପ୍ନଜୀତ ନାୟକ ଏବଂ ସେବାୟତ ଙ୍କ ନାମ ଶ୍ୟାମସୁନ୍ଦର ପ୍ରତିହାରୀ I ଏନେଇ ସ୍ୱପ୍ନଜୀତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଜି ପୋଲିସ ଅଭିଯୁକ୍ତ ସେବାୟତ ଶ୍ୟାମସୁନ୍ଦର ପ୍ରତିହାରୀଙ୍କୁ ଗିରଫ କରିଛି I ତାଙ୍କ ଠାରୁ ଚୋରି ହେଇଥିବା ପର୍ସ ଉଦ୍ଧାର କରିବା ସହିତ ସିସି ଟିଭି ଯାଞ୍ଚ କରାଯାଇ ଘଟଣା ର ସତ୍ୟାସତ୍ୟ ତଦନ୍ତ କରାଯାଉଛି I ଏବଂ ସନ୍ଧ୍ୟା ସୁଦ୍ଧା କୋର୍ଟ ଚାଲାଣ କରାଯିବ I

One Comment on “ଶ୍ରୀମନ୍ଦିର ରେ ଭକ୍ତ ଙ୍କ ପର୍ସ ଚୋରି କରି ସେବାୟତ ଗିରଫ”

  1. କୁନ୍ଦୁଲି ପୀଡିତାଙ୍କ ଧର୍ଷଣକାରୀଙ୍କୁ ଅତିଶୀଘ୍ର ଫାଶି ଦିଆଯାଉ ।ନଚେତ୍ ଆଇନ୍ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ବାସ ତୁଟିଯିବ ।ତଦନ୍ତ କମିଶନ୍ ଙ୍କ କାର୍ଯ୍ୟକାଳ ବୃଦ୍ଧି ଦୁର୍ଭାଗ୍ୟଜନକ ।

Leave a Reply

Your email address will not be published. Required fields are marked *