କଣ ଆପଣ ମଧ୍ୟରାତିରେ ପରିଶ୍ରା କରିବା ପାଇଁ ଉଠୁଛନ୍ତି କି ? ସାବଧାନ ଆସିପାରେ ମହାବିପଦ

ପରିସ୍ରା କରିବା ଶରୀର ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା I ଏହାଦ୍ୱାରା ଶରୀର ର ସମସ୍ତ ପ୍ରକାର ବର୍ଜ୍ୟବସ୍ତୁ ନିଷ୍କାସିତ ହେଇଥାଏ I କିନ୍ତୁ ବେଳେବେଳେ ଆମକୁ ମଧ୍ୟ ରାତ୍ରିରେ ପରିସ୍ରା ଲାଗିଥାଏ ଏବଂ ଅନେକ ଙ୍କର ମଧ୍ୟ ରାତ୍ରିରେ ପରିସ୍ରା ଯିବାର ଅଭ୍ୟାସ ରହିଥାଏ I ଯାହାଫଳରେ ଆମେ ମଧ୍ୟରାତ୍ରିରେ ଉଠି ସିଧାସଳଖ ପରିସ୍ରା କରିବାକୁ ଚାଲିଯାଇଥାଉ I କିନ୍ତୁ କଣ ଆପଣ ଜାଣିଛନ୍ତି କି ? ଏପରି ହଠାତ ଉଠି ପରିସ୍ରା ଯିବା ଦ୍ୱାରା ଆମେ ହୃଦୟ ଏବଂ ମତିଷ୍କ ଉପରେ ଏହାର କୁପ୍ରଭାବ ପଡିଥାଏ I ଏପରିକି ମତିଷ୍କ କୋମା କୁ ଚାଲିଯାଇପାରେ କିମ୍ବା ଆମ୍ଭ ହାର୍ଟ ଫେଲ ହେଇଯାଇପାରେ I କାହିଁକିନା ଆମେ ଯେତେବେଳେ ନିଦ ରେ ସୋଉଛେ ଆମ ଶରୀର ଶୋଇବା ସହିତ ମତିଷ୍କ ମଧ୍ୟ ବିଶ୍ରାମ ନେଇଥାଏ I

ହଠାତ ରାତ୍ରିରେ ଉଠିବା ଦ୍ୱାରା କଣ କରିବା ଉଚିତ ଏବଂ କଣ ଅନୁଚିତ , ମତିଷ୍କ ଧରିପାରିନଥାଏ I ଆପଣ ମଧ୍ୟ ଦେଖିଥିବେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ରାତ୍ରି ରେ ଉଠି ଚାଲବୁଲ ନିଜ ଅଜାଣତରେ ଚଲାବୁଲା କରିଥାନ୍ତି I କିନ୍ତୁ ସକାଳକୁ ସେମାନଙ୍କର ମନେ ନଥାଏ I କାହିଁକିନା ସେମାନଙ୍କର ମତିଷ୍କ ମନେ ରଖିପାରିନଥାଏ I

ରାତ୍ରି ର ମଧ୍ୟ ଭାଗରେ ହଠାତ ପରିସ୍ରା ଲାଗିବା ଦ୍ୱାରା ନିଦ ଭାଙ୍ଗିଯିବା ହେତୁ ଆମ ହାର୍ଟ ର ରକ୍ତ ସଂଚାଳନ ତୀବ୍ର ଭାବରେ ବଢିବାକୁ ଲାଗିଥାଏ ଯାହାକୁ କୁ ହାର୍ଟ ନିୟନ୍ତ୍ରଣ କରିବା ସମ୍ଭବ ହେଇପାରିନଥାଏ I ଫଳରେ ହାର୍ଟ ଆଟାକ ବା ହୃଦଘାତ ରେ ଜୀବନ ଚାଲିଯାଇଥାଏ I

ଆପଣ ଶୁଣିଥିବେ ସୁସ୍ଥ ସବଳ ଲୋକମାନେ ରାତ୍ରି ରେ ଖାଇ ଶୋଇବା ପରେ ହଠାତ ହୃଦଘାତ ରେ ଚାଲିଯାଆନ୍ତି Iଏହା ଏହି କାରଣ ଯୋଗୁଁ ହେଇଥାଏ I ତେଣୁ ଆପଣଙ୍କୁ ଯଦି ମଧ୍ୟ ରାତ୍ରିରେ ପରିସ୍ରା ଲାଗି ନିଦ ଭାଙ୍ଗିଯାଏ କିମ୍ବା କେହି ଉଠାଇବାକୁ ଚେଷ୍ଟା କରେ ତେବେ ଜାଣନ୍ତୁ କଣ କରିବେ I

ହଠାତ ନିଦ ଭାଙ୍ଗିଗଲା ପରେ 25/30 ସେକେଣ୍ଡ ଯାଏଁ ବେଡ଼ ରେ ଜାଣିଶୁଣି ଶୋଇରୁହନ୍ତୁ ଏବଂ ବେଡ୍ ରୁ ଉଠି ଗୋଡ ତଳକୁ କରି ବେଡ୍ ରେ 25/30 ସେକେଣ୍ଡ ବସୀରୁହନ୍ତୁ ଏହି ଏକ ମିନିଟ ଭିତରେ ଆପଣଙ୍କ ମତିଷ୍କ ଏବଂ ହାର୍ଟ ସାଧାରଣ ଅବସ୍ଥା କୁ ଆସି କ୍ରିୟାଶୀଳ ହେଇ ଯାଇଥାଏ .ଫଳରେ କିଛି ଅସୁବିଧା ହେଇନଥାଏ I

Leave a Reply

Your email address will not be published. Required fields are marked *