ଭୁଲ୍ ରେ ବି ଏସବୁ ଖାଦ୍ୟ ଖାଲି ପେଟରେ ଖାଆନ୍ତୁ ନାହିଁ I ନଚେତ ଏହାଦ୍ୱାରା ଶରୀର ଅସୁସ୍ଥ ହେଇଥାଏ I

କଥାରେ ଅଛି ଖାଦ୍ୟ ହିଁ ଜୀବନ I ମଣିଷ ଜୀବନ ଧରି ବଞ୍ଚିବାକୁ ଖାଦ୍ୟ ଖାଇଥାଏ I ଏବଂ ଏହି ଖାଦ୍ୟ ପାଇଁ ପରିଶ୍ରମ କରିଥାଏ କାହିଁକିନା “ପେଟ ପାଇଁ ନାଟ “I ତେବେ ଖାଦ୍ୟ ଭିତରୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଜିଭ ସବୁବେଳେ ଚାଂହିଥାଏ I କିନ୍ତୁ ଏହି ସ୍ୱାଦିଷ୍ଟ ଖାଦ୍ୟ ଭିତରୁ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଆମେ ଖାଲି ପେଟରେ ଖାଇବା ଦ୍ୱାରା ଶରୀର ର ଅନେକ କ୍ଷତି ହେଇଥାଏ I ତେବେ ଚାଲନ୍ତୁ ଜାଣିବା ସେହି ସବୁ ଖାଦ୍ୟ ବିଷୟରେ I
1)ଚା :ସାଧାରଣତଃ ସକାଳୁ ଉଠିବା ପରେ ଅନେକ ଲୋକ ଖାଲିପେଟରେ ଚା ପିଇବାକୁ ପସନ୍ଦ କରିଥାନ୍ତି I

କିନ୍ତୁ ଭୁଲ୍ ରେ ବି ଚା କୁ ଖାଲିପେଟରେ ପିଅନ୍ତୁ ନାହିଁ I ଖାଲି ପେଟରେ ଚା ପିଇବା ଦ୍ୱାରା ପେଟରେ ବିଭିର୍ଣ୍ଣ ସମସ୍ୟା ସୃଷ୍ଟି ହେଇଥାଏ ଏବଂ ହଜମ ପ୍ରକ୍ରିୟା ଉପରେ ଚା ପ୍ରଭାବ ପଡିଥାଏ I ଭୋକ ଲଗଇନଥାଏ I
2) କଦଳୀ ;-କଦଳୀ ସାଧାରଣତଃ ସମସ୍ତଙ୍କର ପ୍ରିୟ ହେଇଥାଏ I

କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହାକୁ ସକାଳୁ କିମ୍ବା ଖାଲିପେଟରେ ଖାଇବା ଦ୍ୱାରା ଆମ ଶରୀର ପାଇଁ ବହୁତ ବଡ ସମସ୍ୟା ହେଇଥାଏ I ଯଦି ଆପଣ ଖାଲି ପେଟରେ କଦଳୀ ଖାଇଥାନ୍ତି ତେବେ ଏହାଦ୍ୱାରା ଶରୀର ରେ ପାଚନ ପ୍ରକ୍ରିୟା ରେ ପ୍ରଭାବ ପକାଇଥାଏ ଏବଂ ହଜମ ଠିକ ସେ ହେଇପାରିନଥାଏ I

ତେଣୁ ଖାଲିପେଟରେ କଦାପି କଦଳୀ ଖାଆନ୍ତୁ ନାହିଁ I ଜଳଖିଆ କିମ୍ବା କୌଣସି ଖାଦ୍ୟ ଗ୍ରହଣ ପରେ ଅବଶ୍ୟ 1/2 କଦଳୀ ଖାଦ୍ୟରେ ସାମିଲ କରନ୍ତୁ ଯାହାଦ୍ୱାରା ଶରୀର କୁ ଶକ୍ତି ମିଳିଥାଏ I
3) କ୍ଷୀର :- ଖିରରେ ପ୍ରଚୁର ମାତ୍ରାରେ ଏନର୍ଜି ଥିବାରୁ ସମସ୍ତେ କ୍ଷୀର ପିଇଥାନ୍ତି I

କିନ୍ତୁ ଖାଲି ପେଟରେ କ୍ଷୀର ପିଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହେଇଥାଏ I ତେଣୁ ଭୁଲ ରେ ବି କେବେ ଖାଲିପେଟରେ କ୍ଷୀର ପିଅନ୍ତୁ ନାହିଁ I
4) ଟମାଟୋ : ସବୁ ପରିବା ମଧ୍ୟରେ ଟମାଟୋ ର ଭୂମିକା ଗୁରୁତ୍ୱପୂର୍ଣ୍ଣ I

ଏହା କୁ ଆମେ ଫଳ ଭାବରେ ଗ୍ରହଣ କରିଥାଉ I କିନ୍ତୁ ଖାଲିପେଟରେ ଟମାଟୋ ଖାଆନ୍ତୁ ନାହିଁ I ଏହାଦ୍ୱାରା ଶରୀର ରେ ଏସିଡ ସୃଷ୍ଟି ହେଇଥାଏ ଏବଂ ଶରୀର ଜଳାପୋଡ଼ା ହେଇଥାଏ I
5) କମଳା : ଖାଲିପେଟରେ କମଳା ଖାଇବା ଦ୍ୱାରା ଶରୀର ରେ ଏସିଡ ସୃଷ୍ଟି ହେଇଥାଏ ତେଣୁ ଭୁଲ୍ ରେ ବି ଖାଲି ପେଟରେ ଥିବା ବେଳେ କମଳା ଖାଆନ୍ତୁ ନାହିଁ I

Leave a Reply

Your email address will not be published. Required fields are marked *