ସାଙ୍ଘାତିକ ସ୍ତ୍ରୀ : ୫ ଜଣଙ୍କୁ ବାହାହେଇ ,ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା ର ସମ୍ପତି I

ବିବାହ ଏକ ପବିତ୍ର ସମ୍ପର୍କ ଯେଉଁଥିରେ ଦୁଇଟି ଅଜଣା ସମ୍ପର୍କ ଅତି ନୀବିଡତାର ସମ୍ପର୍କ ରେ ସାତ ଜନ୍ମ ପାଇଁ ବାନ୍ଧିହେଇଯାନ୍ତି I କିନ୍ତୁ ବିବାହ କୁ ଠକେଇ କେବେ ଭାବିଛନ୍ତି କି ? ଏମିତି ଏକ ଘଟଣା ଘଟିଛି ହରିୟାଣା ରାଜ୍ୟ ର ଅମ୍ବାଲାର ରେ I ମହିଳା ଙ୍କ ନାମ କବିତା I ସେ ବାରମ୍ବାର ବିବାହ କରି ସ୍ୱାମୀ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥାନ୍ତି I କିନ୍ତୁ ଦୁର୍ଭାଗ୍ୟବଶତଃ ପଞ୍ଚମ ସ୍ୱାମୀଙ୍କ ହାତରେ ଧରାପଡ଼ିଯାଇଛନ୍ତି I ମିଳିଥିବା ସୂଚନା ଅନୁଯାଇ କବିତା 4 ଜଣ ଙ୍କୁ ବିବାହ କରି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡପ କରିବା ପରେ ସ୍ୱାମୀ ମାନଙ୍କୁ ଦାଣ୍ଡର ଭିକାରି ସଜେଇ ନିଜ ବାପା ଘରକୁ ପଳେଇଆସନ୍ତି I ଏହିପରି ଭାବରେ ସେ ପାଖାପାଖି 20 ଲକ୍ଷ ହଡପ କରିଛନ୍ତି I

ଏବଂ ପୁଣିଥରେ ନିଜର ଶିକାର କୁ କବଜା କରିବାକୁ ଜାଲ ବିଛାଇଥିଲେ କବିତା I ଏବଂ ୫ମ ସ୍ୱାମୀ ଭାବରେ ବିଏସ୍‌ଏନ୍‌ଏଲ୍‌ର କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସୋନୀ ଙ୍କୁ ନିଜ ଜାଲରେ ପକାଇଥିଲେ କବିତା I ପୂର୍ଣ୍ଣଚନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ମୃତ୍ୟୁବରଣ କରିଥିବାରୁ ଏବଂ ପିଲାମାନଙ୍କ ଦେଖାରଖା ପାଇଁ ଅତି ସହଜରେ କବିତା ର ଜାଲରେ ଧରାପଡ଼ିଯାଇଥିଲେ ପୂର୍ଣ୍ଣଚନ୍ଦ୍ର I ବୈଦିକ ମତେ ବିବାହ କରିଥିଲେ ଦୁହେଁ I

କିନ୍ତୁ କବିତା ଙ୍କ ହାବଭାବ ରେ ସନ୍ଦେହ କରିଥିଲେ ପୂର୍ଣ୍ଣଚନ୍ଦ୍ର ଏବଂ ଭିତିରିଆ ଖବର ସଂଗ୍ରହ କରୁଥିଲେ ସେ , ଏବଂ ଶେଷରେ କବିତା ଙ୍କ କଳାକାରନାମା ର ପର୍ଦାଫାଶ କରିଥିଲେ 5ମ ସ୍ୱାମୀ I
ଏନେଇ ଥାନାରେ ଏତଲା ଦେଇଥିଲେ ଯେ କବିତା ପୂର୍ବରୁ 4 ଥର ବିବାହ କରିଛନ୍ତି ଏବଂ ସମସ୍ତଙ୍କୁ ଠକି ଟଙ୍କା ହଡପ କରିଛନ୍ତି ତାଙ୍କ ବାପା ଏଥିରେ କବିତା ଙ୍କୁ ସହଯୋଗ କରୁଛନ୍ତି I ଘଟଣାର ପୋଲିସ ତଦନ୍ତ ଚଳାଇଛି I

Leave a Reply

Your email address will not be published. Required fields are marked *