କଂଗ୍ରେସ କର୍ମୀ ଙ୍କୁ ରାତିଅଧିଆ ଉଠାଇଆଣିଲା ପୋଲିସ ;ଇସ୍କନ ସାମ୍ନା ରେ ବର୍ଷା ପାଣିରେ ଗାଡି ଭାସିବା ପ୍ରତିବାଦ କରିବାରୁ

ଇସ୍କନ ସାମ୍ନା ରେ ବର୍ଷା ପାଣିରେ ଗାଡି ଭାସିବା ପ୍ରତିବାଦ କରି ଗତକାଲି କଂଗ୍ରେସ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଅଭିନବ ଉପାୟରେ ପ୍ରତିବାଦ ଜଣାଇ ଏନଏଚଏଆଇ ଅଫିସ ମଧ୍ୟରେ ପାଣି ପୁରାଇ ଦେଇଥିଲେ Iଯାହାକୁ ନେଇ ସାରା ରାଜ୍ୟ ରେ ଚର୍ଚା ହେଇଥିଲା ଏବଂ କଂଗ୍ରେସ ର ଏହି ପ୍ରତିବାଦ କୁ ଜନସମର୍ଥନ ମିଳିଥିଲା I କିନ୍ତୁ ଏନେଇ ଗତକାଲି ଏନଏଚଏଆଇ ଅଫିସ ତରଫରୁ ନୟାପଲ୍ଲୀ ଅଫିସ ରେ ଏତଲା ଦିଆଯାଇଥିଲା , ଯାହାକୁ ଆଧାର କରି ପୋଲିସ ଗତକାଲି ରାତିରେ ତିନି ଜଣ କଂଗ୍ରେସ କର୍ମୀ ଙ୍କୁ ରାତି ଅଧରେ ଘରୁ ଉଠାଇ ଆଣି ଗିରଫ କରିଛି I

ଏହାକୁ ପ୍ରତିବାଦ କରି କଂଗ୍ରେସ ତରଫରୁ ନୟାପଲ୍ଲୀ ଥାନାରେ ଧାରଣା ଦିଆଯାଇଛି I ଏନେଇ ମାନସ ଚୌଧୁରୀ କହିଛନ୍ତି ଯେ ଜନସାଧାରଣ ଙ୍କ ସମସ୍ୟା କୁ ନେଇ ଆମେ [ପ୍ରତିବାଦ କରିଥିଲୁ , ଓଲଟା ପୋଲିସ ଅପାରଗ ବିଭାଗ କୁ ଗିରଫ କରିବା ପରିବର୍ତେ କଂଗ୍ରେସ କର୍ମୀ ଙ୍କୁ ଗିରଫ କରିଛି I ତୁରନ୍ତ ନିସର୍ତ୍ତ ରେ କର୍ମୀ ଙ୍କୁ ଖଲାସ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ରତର କରାଯିବ I

Leave a Reply

Your email address will not be published. Required fields are marked *