ରାଷ୍ଟ୍ରୀୟ ଡାକ୍ତର ଦିବସ ରେ ପୁନେର ପ୍ରବାସୀ ଓଡ଼ିଆଙ୍କ ରକ୍ତଦାନ ଶିବିର

ପୁନେର ପ୍ରବାସୀ ଓଡ଼ିଆମାନଙ୍କ ଅନୁଷ୍ଠାନ ଉତ୍କଳ ସମାଜ ଓ ସାମାଜିକ ଅନୁଷ୍ଠାନ ବିଠଲ ସୋସିଆଲ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ପୁନେର ୱାକଡ଼ ସ୍ଥିତ କ୍ରିଷ ରେଷ୍ଟୁରାଣ୍ଟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଡାକ୍ତର ଦିବସ ପାଳନ ଅବସରରେ ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ଡାକ୍ତର ମାନଙ୍କ ପ୍ରତି ସମ୍ମାନ ଜଣେଇବା ତଥା ମହାରାଷ୍ଟ୍ର ନିବାସୀ ଓ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ାଇବା ଥିଲା। ପୁନେର ଆଧାର ବ୍ଲଡ଼ ବ୍ୟାଙ୍କ ଦ୍ୱାରା ଚାଳିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ୭୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଉତ୍କଳ ସମାଜର ସମ୍ପାଦକ ଡ଼ଃ ଲକ୍ଷ୍ମଣ ତ୍ରିପାଠୀ,ବିଠଲ ସୋସିଆଲ ଫାଉଣ୍ଡେସନର ସଭାପତି ରାଜୁ କାରପେ, ମହାରାଷ୍ଟ୍ର ପୋଲିସ ମିତ୍ରମଣ୍ଡଳର ଅଧ୍ୟକ୍ଷ ଗଜାନନ ଚିଂଞ୍ଚଲେ, କ୍ରିଷ ରେଷ୍ଟୁରାଣର ପରିଚାଳକ ଦୀପକ କୁମାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦଘାଟନ କରାଇଥିଲେ।

ମହାରାଷ୍ଟ୍ରର ବିଭିନ୍ନ ସାମାଜିକ ସଙ୍ଗଠନ ସହିତ ମିଶି ସାମାଜିକ ଭାଇଚାରାକୁ ବଢାଇବା ପାଇଁ ଏହି ଭଳି ବହୁ ସମାଜ ହିତକାରୀ କାର୍ଯ୍ୟକ୍ରମ ଆଗକୁ ହାତକୁ ନିଆ ଯିବ ବୋଲି ଉତ୍କଳ ସମାଜର ସାମାଜିକ ବିଭାଗ ତରଫରୁ ସୂଚନା ଦିଆ ଯାଇଛି

Leave a Reply

Your email address will not be published. Required fields are marked *