ଆନ୍ଦୋଳନ ରୁ ଓହରିଲା ସେସୁ ମିଟର ରିଡିଂ ବିଲ୍ କଲେକ୍ସନ କର୍ମଚାରୀ ସଙ୍ଘ

ପୁରୀ ବିଦ୍ୟୁତ ଡିଭିଜନ ରେ କାର୍ଯ୍ୟରତ ଫେଡ଼କୋ କମ୍ପାନୀ ରେ ମେଣ୍ଟେନାନ୍ସ କର୍ମଚାରୀ ମାନେ ବିଭିର୍ଣ୍ଣ ଦାବି ନେଇ ଜୁଲାଇ 7 ତାରିଖ ରୁ ଆନ୍ଦୋଳନରେ ବସିରହିବେ ବୋଲି ଲିଖିତ ଭାବେ କର୍ତ୍ତୃପକ୍ଷ ଙ୍କୁ ଜଣାଇଥିଲେ I କର୍ମଚାରୀ ସଙ୍ଘ ର ଅଭିଯୋଗ କୁ ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ ଗତକାଲି ସେସୁ କାର୍ଯ୍ୟନିର୍ବାହୀ ଶିବପ୍ରସାଦ ସ୍ୱାଇଁ ,ଫେଡ଼କୋ ଶାଖାପରିଚାଳକ ଅମୀୟ କୁମାର ବେଉରା , ନାରାୟଣ ଭଟ୍ଟାଚାର୍ଯ୍ୟ ଏବଂ ଇମ୍ପେରିଆଲ ତରଫରୁ ଜୟନାରାୟଣ ଘୋଷ ବୈଠକ ରେ ଯୋଗ ଦେଇଥିଲେ I କର୍ମଚାରୀ ସଙ୍ଘ ତରଫରୁ ସଭାପତି ଶ୍ରୀକାନ୍ତ ପରିଜା ,ସମ୍ପାଦକ ନୃସିଂହ ଦାସ ,ଏସ କେ ଆଜାଦ ,ପ୍ରଭାକର ମହାରଣା , ସମେତ ଅନ୍ୟ କର୍ମଚାରି ଉପସ୍ଥିତ ଥିଲେ I ନିଷ୍ପତି କ୍ରମେ ମେଣ୍ଟେନାନ୍ସ ଠିକା କର୍ମଚାରୀ ମାନଙ୍କର ଦୁଇ ମାସର ବର୍ଦ୍ଧିତ ଦରମା ସହିତ ବକେୟା ରହିଥିବା ଗସ୍ତ ତେଲ ଖର୍ଚ କୁ ରଥଯାତ୍ରା ପୂର୍ବରୁ ଦିଆଯିବ I

ବର୍ଦ୍ଧିତ ଅର୍ଥ କୁ ଅଗଷ୍ଟ ମାସର ପ୍ରଥମ ସପ୍ତାହ ରେ ପ୍ରଦାନ କରାଯିବା ସହିତ କର୍ମଚାରୀ ମାନଙ୍କର ଯଦି ଇପିଏଫ କିମ୍ବା ଇଏସଆଇ ସଂକ୍ରାନ୍ତୀୟ କୌଣସି ସମସ୍ୟା ଅଛି ତାହାକୁ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ତୁରନ୍ତ ସମସ୍ୟାର ସମାଧାନ କରାଯିବ I କମ୍ପାନୀ ର ନିର୍ଭର ପ୍ରତିଶୃତି ରେ ସଙ୍ଘ ତରଫରୁ ଆଗାମୀ ଆନ୍ଦୋଳନ କୁ ସ୍ଥଗିତ ରଖାଯାଇଛି ଏବଂ ଖୁବ ଶୀଘ୍ର ପ୍ରତିଶୃତି ପାଳନ କରାଯିବ ବୋଲି ଆଶା ବ୍ୟକ୍ତ କରିଛନ୍ତି କର୍ମଚାରୀ ସଙ୍ଘ I

Leave a Reply

Your email address will not be published. Required fields are marked *