ଓଡ଼ିଆ ପୁଅ ଙ୍କ ସଫଳତା ର କାହାଣୀ ,ପାଞ୍ଚ ବର୍ଷ ରେ 450 କୋଟି ଟଙ୍କା ସମ୍ପତି ର ମାଲିକ

କୌଣସି ପ୍ଲେସ କୁ ବୁଲିବାକୁ ଯାଉଥିଲେ ସାଧାରଣତଃ ରହିବା ପାଇଁ ମୁଖ୍ୟ ସମସ୍ୟା ହେଇଥାଏ I ଅନଲାଇନ ରେ ମଧ୍ୟ ବୁକିଂ କଲାପରେ ସଠିକ ସୁବିଧା ମିଳିନଥାଏ ,କିନ୍ତୁ ଏବେ ଧୀରେ ଧୀରେ ଲୋକମାନଙ୍କ ବିଶ୍ୱାସ ର ପାତ୍ର ହେଇପାରିଛି OYO I ଭାରତ ର ପ୍ରାୟ ଅଧିକାଂଶ ସ୍ଥାନରେ ଆପଣ OYO ର ଅଫିସ ଦେଖିଥିବେ ,ଏବଂ କେତେବେଳେ OYO ରେ ଘର ଭଡା ପାଇଁ ବୁକିଂ ମଧ୍ୟ କରିଥିବେ I କିନ୍ତୁ କଣ ଆପଣ ଜାଣିଛନ୍ତି କି ,OYO ର ମାଲିକ କିଏ ?OYO ର ମାଲିକ ତଥା ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ହେଉଛନ୍ତି ଜଣେ ଓଡ଼ିଆ I ଯିଏକି ପାଞ୍ଚ ବର୍ଷ ରେ 450 କୋଟି ଟଙ୍କା ସମ୍ପତି ର ମାଲିକ ହେଇପାରିଛନ୍ତି I ଯାହାଙ୍କ ଘର ବିଷମ କଟକ ରେ I 16 ନଭେମ୍ବର 1993 ରେ ଜନ୍ମିତ ରିତେଶ ରାଜସ୍ତାନ ର କୋଟାରେ ପାଠ ପଢୁଥିଲେ I

ପାଠ ପଢ଼ୁଥିବା ସମୟରେ ସେ ବହୁ ଜାଗାକୁ ବୁଲିବାକୁ ଯାଉଥିଲେ I ଏବଂ ତାଙ୍କ ସ୍ମୃତି ସବୁକୁ ଡ଼ାଇରୀ ରେ ଲେଖିରଖୁଥିଲେ I ତାଙ୍କ ସବୁ ସ୍ମୃତି କୁ ସେ ଇଣ୍ଡିଆନ ଇଞ୍ଜିନିଅରିଂ କଲେଜ ନାମକ ଏକ ପୁସ୍ତିକା ନାମରେ ଛପାଈଥିଲେ I ଯାହାକୁ ଫ୍ଲିପ୍କକାର୍ଟ ରେ ବହୁ ଲୋକ ପସନ୍ଦ କରିଥିଲେ I ବୁଲିବା ସମୟରେ ସେ ଶସ୍ତା ହୋଟେଲ ରେ ରହୁଥିଲେ କିନ୍ତୁ ହୋଟେଲ ର ବ୍ୟବସ୍ତା ତାଙ୍କୁ ବ୍ୟଥିତ କରୁଥିଲା I

ପାଠ ପଢା ପରେ ଚାକିରୀ କରିବାକୁ ଇଛା ନକରି ବ୍ୟବସାୟ ପାଇଁ ମନବଳାଇଥିଲେ କିନ୍ତୁ କଣ ବ୍ୟବସାୟ କରିବେ ସେନେଇ କୌଣସି ଉପାୟ ବାହାର କରିପାରୁନଥିଲେ I ହଠାତ ଦିନେ ସେ ଏହି ହୋଟେଲ ରେ ଦିଆଯାଉଥିବା ଖରାପ ସେବା ଉପରେ ଭାବିବାକୁ ଲାଗିଲେ ଏବଂ ଲୋକମାନଙ୍କୁ କିପରି ଶସ୍ତା ରେ ଅଧିକ ସୁବିଧା ଦିଆଯାଇପାରିବ ସେ ନେଇ ଚିନ୍ତା କରିବାକୁ ଲାଗିଲେ I

ଏବଂ ଏହି ଚିନ୍ତାଧାରା କୁ ବାସ୍ତବ ରେ ପରିଣତ କରିବାକୁ 19ବର୍ଷ ବୟସରେ 2012ମସିହାରେ
ଓରେଭାଲ ଷ୍ଟେ ନାମକ ଏକ କମ୍ପାନୀ ତିଆରି କଲେ ଯାହାକି ମଧ୍ୟବିତ୍ତ ପରିବାର ଲୋକଙ୍କୁ ଶସ୍ତାରେ ଘର ଭଡା ଯୋଗାଇଦେବ I

ଏହାକୁ ଅନ୍ୟ କମ୍ପାନୀ ମାନେ ମଧ୍ୟ ସମର୍ଥନ କରିଥିଲେ କିନ୍ତୁ ଏହା ସଫଳ ହେଇପାରିନଥିଲା I ବର୍ଷକ ପରେ ଏହାକୁ ରିତେଶ ବନ୍ଦ କରିବାକୁ ବାଧ୍ୟ ହେଇଥିଲେ କୌଣସି ଲାଭ ନହେବାରୁ I ଏହାପରେ ସେ କ୍ଷତିର ଅନୁଶୀଳନ କରିଥିଲେ ଏବଂ ନିଜର ଭୁଲ ବାହାର କରିବାକୁ ଲାଗିଲେ ,ଏବଂ ବହୁ ଅନୁଶୀଳନ ପରେ ସେ ନିଜର ଭୁଲ ଖୋଜି ପାଇଥିଲେ ଏବଂ ନିଜେ ରହୁଥିବା ସମୟରେ ଯେଉଁ ସବୁ ସମସ୍ୟା ଭୋଗୁଥିଲେ ସେହି ସବୁ ସମସ୍ୟା ରେ ସୁଧାର ଆଣିବାକୁ ଚିନ୍ତାକଲେ ଏବଂ ପୁଣିଥରେ 2013 ରେ OYO ନାମକ ଏକ କମ୍ପାନୀ ଆରମ୍ଭ କଲେ I

କ୍ରମଶଃ ଏହା ଲୋକମାନଙ୍କର ଲୋକପ୍ରିୟତା ହାସଲ କରିପାରିଲା I ଏବଂ OYO ର ସଫଳତା ବଢିବାକୁ ଲାଗିଲା I 5 ବର୍ଷ ମଧ୍ୟରେ OYO ସହିତ 8000 ହୋଟେଲ ସହବନ୍ଧିତ ଥିବାବେଳେ 1500 କର୍ମଚାରୀ ଅଛନ୍ତି I OYO ମାଲିକ ପାଖାପାଖି 450କୋଟି ସମ୍ପତି ର ମାଲିକ ହେଇପାରିଛନ୍ତି I

ଏହା କେବଳ ଭାରତ ନୁହେଁ,ମାଲେସିୟା,ଚୀନ ,ଇଣ୍ଡୋନେସିଆ ରେ ମଧ୍ୟ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି Iରିତେଶ ଙ୍କ କାହାଣୀ ଅନ୍ୟମାନଙ୍କୁ ନିହାତି ଭାବରେ ଏକ ପ୍ରେରଣା ଦେବ ,ଶେୟାର କରି ଅନ୍ୟମାନଙ୍କ ପାଖରେ ପହଁଞ୍ଚାନ୍ତୁ I

Leave a Reply

Your email address will not be published. Required fields are marked *