ହନୁମାନ ଙ୍କ ହୁଣ୍ଡୀରୁ ଚୋରି କରୁଥିଲେ ,ସ୍ୱୟଂ ହନୁମାନ ହୁଣ୍ଡି ଭିତରୁ ହାତ ଭିଡିକି ଧରିଲେ

ଦିନକୁ ଦିନ ମନ୍ଦିର ଏବଂ ମଠ ଗୁଡିକ ରେ ଚୋରି ବଢ଼ିବାରେ ଲାଗିଛି I ମନ୍ଦିର ଗୁଡିକରେ ସୁରକ୍ଷା ବ୍ୟବସ୍ତା ଢିଲା ଥିବାରୁ ଚୋର ମାନେ ଅତି ସହଜରେ ମନ୍ଦିର କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି I କିନ୍ତୁ କୁହାଯାଏ ଯେତେବେଳେ ପାପୀର ପାପ ବଢିଯାଏ ସେତେବେଳ ସ୍ୱୟଂ ଭଗବାନ ହିଁ ତାକୁ ଦଣ୍ଡ ଦେଇଥାନ୍ତି I ସେମିତି ଏକ ଚକିତ ଘଟଣା ଘଟିଛି ତିର୍ତୋଲ ରେ I ରାତି ଅଧରେ ଚୋରି କରିବାକୁ ଯାଇ ଚୋର ଧରା ପଡିଛି I ପ୍ରାପ୍ତ ସୂଚନା ଅନୁଯାଇ ଘଟଣା ଟି ତିର୍ତ୍ତୋଲ ଥାନା ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ର I ପଂଚାୟତ ର ଶ୍ରୀରାମପୁରସ୍ଥିତ ହନୁମାନ ମନ୍ଦିରରେ ଗତକାଲି ରାତିରେ ସେହି ମନ୍ଦିର ପୂଜା କରୁଥିବା ପୂଜକ ଙ୍କ ପୁଅ ଗୋବିନ୍ଦ ତ୍ରିପାଠୀ (21) ଚୋରି କରିବାକୁ ଉପାୟ କରିଥିଲା I

ଯୋଜନା ମୁତାବକ ରାତି ଅଧ ରେ ପୂଜକ ଙ୍କ ପୁଅ ହନୁମାନ ଙ୍କ ମନ୍ଦିର ରେ ପଶି ହୁଣ୍ଡିର ଦ୍ୱାର ଦେଶକୁ ଉନ୍ମୁକ୍ତ କରି ଅତି ସହଜରେ ହନୁମାନ ଙ୍କ ଟଙ୍କା ପଇସା ଲୁଟି ନେବାକୁ ପ୍ରୟାସ କଲାବେଳେ ହୁଣ୍ଡୀ ଭିତରୁ ହାତ ବାହାରକୁ ବାହାରି ପାରିନଥିଲା I ଫଳରେ ରାତିସାରା ଗୋବିନ୍ଦ ସେହି ମନ୍ଦିର ରେ ହୁଣ୍ଡି ଭିତରେ ହାତ ପୁରାଇ ରହିଥିଲା I

ସକାଳୁ ମନ୍ଦିର ପୂଜକ ତଥା ଗୋବିନ୍ଦ ର ବାପା ପୂଜା କରିବାକୁ ଗଲା ବେଳେ ପୁଅର ଏ ଅବସ୍ଥା ଦେଖି ହୁଣ୍ଡି ଭିତରୁ ପୁଅର ହାତ କାଢ଼ିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହେଇପାରିନଥିଲା I ବାହାରେ ଗ୍ରାମବାସୀ ଏକତ୍ରିତ ହେଇଯାଇଥିଲେ ଏବଂ ପୂଜକ ପୁଅର ଏପରି କାମ ପାଇଁ ଛି ଛାକର କରିଥିଲେ I ତେବେ ସବୁଠୁ ଚକିତ ମଧ୍ୟ ହେଇଥିଲେ ଯେ ଗୋବିନ୍ଦ ଙ୍କୁ ସ୍ୱୟଂ ହନୁମାନ ହିଁ ସମସ୍ତଙ୍କ ସାମ୍ନାରେ ଧରାପକାଇଥିଲେ I

ଏ ନେଇ ଗୋବିନ୍ଦ କୁ ପଚରା ଯିବାରୁ ଗୋବିନ୍ଦ କହିଥିଲା କି ହୁଣ୍ଡି ଭିତରୁ କେହିଜଣେ ତା ହାତକୁ ଜୋର ରେ ଟାଣି ଧରିଥିଲା ସେ ଯେତେ ଚେଷ୍ଟା କଲେ ବି ହାତ ବାହାର କରିପାରିନଥିଲା I ଏହା ହନୁମାନ ଙ୍କ ମହିମା ବୋଲି ସାଧାରଣ ରେ ଚର୍ଚ୍ଚI ହେଉଛି I

Leave a Reply

Your email address will not be published. Required fields are marked *