ଖାଦ୍ୟକୁ ଚୋବାଇ ନଖାଇ ଗିଳି ଦେଉଛନ୍ତି କି ? ଭୁଲ୍ ରେ ଏପରି କରନ୍ତୁ ନାହିଁ

ଆଜିର କର୍ମମୟ ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ସମୟ ନାହିଁ ଖାଦ୍ୟକୁ ଭଲଭାବରେ ଚୋବାଇ ଖାଇବାକୁ I ତରତର ଭାବରେ ଅଳ୍ପ କଣ କିଛି ଖାଇଦେଇ ପ୍ରାୟ ସମସ୍ତେ ନିଜ କାର୍ଯ୍ୟରେ ବାହାରିଯାଇଥାନ୍ତି I ତେବେ କଣ ଆପଣ ଜାଣିଛନ୍ତି କି ତରତର ରେ ଖାଇବା ଦ୍ୱାରା ଆମ ଖାଦ୍ୟ ସହଜରେ ହଜମ ହେଇପାରିନଥାଏ ,କୋଷ୍ଟକାଠିନ୍ୟ , ବଦହଜମି ,ଅଜୀର୍ଣ୍ଣ ,ହେଇଥାଏ I ଖାଦ୍ୟକୁ ଭଲଭାବରେ ଚୋବାଇ ନଖାଇବା ଦ୍ୱାରା ପାକସ୍ଥଳୀ ରେ ଭଲ ଭାବରେ ପାଚନ ହେଇପାରିନଥାଏ ଯାହାଫଳରେ ହଜମ ହେଇପାରିନଥାଏ ଏବଂ ବଦ ହଜମି ହେଇଥାଏ I ପେଟରେ ଅମ୍ଳ ସୃଷ୍ଟି ହେଇଥାଏ I

ଖାଦ୍ୟକୁ ଚୋବାଇ ଖାଇବା ଦ୍ୱାରା ପାଟିରେ ଲାଳ ସୃଷ୍ଟି ହେଇଥାଏ ଏବଂ 80%ଖାଦ୍ୟ ସହିତ 20%ଲାଳ ମିଶିବା ପରେ ପାକସ୍ଥଳୀ ରେ ପାଚନ କ୍ରିୟା ସହଜ ରେ ହେଇଥାଏ I ଚୋବାଇବା ଦ୍ୱାରା ଲାଳରେ ଟାଇଲିନ ନାମକ ଏକ ପ୍ରକାର ଏଞ୍ଜାଇମ ସୃଷ୍ଟି ହେଇଥାଏ ଯାହାକି ଶ୍ୱେତ ସାର କୁ ଶର୍କରା ରେ ପରିଣତ କରିବାରେ ସାହାଯ୍ୟ କରିଥାଏ I ଚୋବାଇବା ଦ୍ୱାରା ପ୍ରକୃତ ସ୍ୱାଦ ଅନୁଭବ ହେଇଥାଏ I

ଦାନ୍ତ ଏବଂ ମାଢି ଶକ୍ତ ହେଇଥାଏ I ଲାଳରେ ପାରୋଟିନ ନାମକ ହର୍ମୋନ ନିର୍ଗତ ହୁଏ ଯାହାକି ରକ୍ତକୁ ବିଶୁଧ କରିଥାଏ I ଚୋବାଇବା ଦ୍ୱାରା ଥାଇମସ ଗ୍ଲାଣ୍ଡ ଉତ୍ତେଜିତ ହେଇ ପ୍ରଚୁର ଶ୍ୱେତ କଣିକା ନିର୍ଗତ ହେଇଥାଏ ଯାହାକି ଆମର ରୋଗ ପ୍ରତିରୋଧକ ଶକ୍ତି କୁ ବୃଦ୍ଧି କରିଥାଏ I

Leave a Reply

Your email address will not be published. Required fields are marked *