ରଥଯାତ୍ରାରେ ବୁଦ୍ଧି ଲଗାଇ ବଢିଆ ବେପାର କଲେ:କେନ୍ଦ୍ରାପଡା ର କୁନି ପିଲାମାନେ କଲେ କମାଲ

କୁହାଯାଏ ବୁଦ୍ଧି ଥିଲେ ଉପାୟ ବଳେ ବଳେ ଆସି ପହଞ୍ଚେ Iଟଙ୍କା ରୋଜଗାର ପାଇଁ କେବଳ ବୁଦ୍ଧି ଥିବା ଆବଶ୍ୟକ ,ଏମିତି ଏକ ଘଟଣା ସାମ୍ନା କୁ ଆସିଛି କେନ୍ଦ୍ରାପଡା ଅଂଚଳରୁ I କେନ୍ଦ୍ରାପଡାରେ ବଳଦେବ ଜୀଉ ଙ୍କ ରଥଯାତ୍ରା ହେଉଥିବାବେଳେ ,ଅସଂଖ୍ୟ ଭକ୍ତ ଙ୍କ ସମାଗମ ହେଇଥିଲା ଏହି ରଥଯାତ୍ରା ରେ I ବିଶେଷ କରି ବାହାରୁ ଆସିଥିବା ଭକ୍ତ ମାନେ ଗାଡି ରଖିବାକୁ ଅସୁବିଧା ର ସାମ୍ନା ହେଉଥିବା ବେଳେ ନଜର କୁ ଆସିଥିଲା ଏକ ଦୃଶ୍ୟ I ଛୋଟ ଛୋଟ ପିଲା ମାନେ ଏକ ଜାଗାକୁ ଜଗି ରହିଥିଲେ ଏବଂ ସେଠାରେ ହଇରାଣ ହେଉଥିବା ଯାତ୍ରୀ ମାନଙ୍କୁ ଗାଡି ରଖିବାକୁ କହୁଥିଲେ ଏବଂ ନିଜେ ଜଗିରହିଥିଲେ ବଦଳରେ ଗୋଟେ ବାଇକ ପିଛା 5ଟଙ୍କା ଏବଂ କାର ପାଇଁ 10ଟଙ୍କା ଆଦାୟ କରୁଥିଲେ I

ଏତେ କୁନି ବୟସରେ ଏ ବ୍ୟବସାୟ ମନବୃତିକୁ ଅନ୍ୟମାନେ ଭାବି ବି ପାରୁନଥିଲେ ,ତେବେ ଘଟଣା ଟି କେନ୍ଦ୍ରାପଡା ର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନଜର କୁ ଆସିବା ମାତ୍ରେ ସେ ଏହାର ଫୋଟୋ ଉଠାଇ ଟ୍ୱିଟର ରେ ପୋଷ୍ଟ କରିଥିଲେ I ଏବଂ ଛୋଟ ଛୋଟ ପିଲାମାନଙ୍କ ଏଭଳି ବୁଦ୍ଧିକୁ ପ୍ରଶଂସା କରିଥିଲେ I

Leave a Reply

Your email address will not be published. Required fields are marked *