ବିଜେଡି ବିଧାୟକ ଙ୍କ ସଂଯମତା :କୋଉ ଶଳା ବିଜେପି କଂଗ୍ରେସ କଲା ଵାଲା ?? ନହେଲା ଡ୍ୟାସ ହେଇଗଲା ….

ଲଗାତାର ବର୍ଷାରେ ସାରା ଓଡିଶା ବେହାଲ ହେଇଥିବାବେଳେ , ପିପିଲି ନିମାପଡା ରାସ୍ତାର ଭୁଆଁ ଘୋଷଡା ନିକଟସ୍ଥ ଏକ ପୋଲରେ ଘାଇ ସୃଷ୍ଟିହେଇ ଧୋଇହେଇଯାଇଛି I ଫଳରେ ଦୁଇ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଅଂଟେ ଲେଖାଏଁ ପାଣିର ସୁଅ ଛୁଟିଥିଲା I ଗମନା ଗମନ ବିଛିର୍ଣ୍ଣ ହେଇ ଯାଇଥିଲା I ଘଟଣା ସ୍ଥଳକୁ ମାନିନୀୟ ବିଧାୟକ ସମୀର ରଞ୍ଜନ ଦାସ ମହୋଦୟ ପରିଦର୍ଶନ କରିବାକୁ ଯାଇଥିବା ବେଳେ ଉପସ୍ଥିତ ଜନସାଧାରଣ ବିଧାୟକ ଙ୍କୁ ତାଙ୍କର ଦୁଃଖ ଜଣାଇଥିଲେ I

ଏବଂ ଏହାର ଏକ ସ୍ଥାୟୀ ପ୍ରତିକାର ପାଇଁ ନିବେଦନ କରିଥିଲେ ବଦଳରେ କିନ୍ତୁ ବିଧାୟକ କହିଥିଲେ ସବୁ ରାସ୍ତା ବିଜେଡି ସରକାର ଦ୍ୱାରା ହିଁ କରାଯାଉଛି I କୋଉ ଶଳା ବିଜେପି କଂଗ୍ରେସ ସରକାର କଲା ଵାଲା ?ହେଇନି ଧୀରେ ଧୀରେ ହେବ , କଣ ଡ୍ୟାସ ହେଇଯିବ I

ସମୟ ଲାଗିବ ,ଏକାଥରେ କଣ ଛୁଆ ହେଇଯାଉଛି ? ନ ମାସ ସମୟ ଲାଗିବ ଛୁଆ ହେବାକୁ Iତେବେ ଜଣେ ନିର୍ବାଚିତ ପ୍ରତିନିଧି ଙ୍କ ଠାରୁ ଏପରି ଜବାବ ସମଗ୍ର ମହଲ ରେ ଚର୍ଚା ଧରିଛି ଏବଂ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି I

Leave a Reply

Your email address will not be published. Required fields are marked *