ଜଗା ମସ୍ତକ ରେ ଲାଗିହେଲା ବିରଳ ଦୁର୍ଲଭ ବ୍ରହ୍ମ କମଳ ଫୁଲ

କୁହାଯାଏ ସେ ଭାବବିନୋଦିଆ ,ଭାବରେ ଡାକିଲେ ଓ କରେ ସେଥିପାଇଁ ତ ସେ ସମସ୍ତଙ୍କର ପ୍ରିୟ କାଳିଆ ଠାକୁର I ଭାବରେ ଡାକିଲେ ସେ କେଭେଁବି ନିରାଶ କରେନି I ରଥଯାତ୍ରା ପାଇଁ ଜଗତର ନାଥ କାଳିଆ ସାଆନ୍ତ ମାଉସୀ ମା ଗୁଣ୍ଡିଚା ମନ୍ଦିର କୁ ଆସିଥିବା ବେଳେ ଜଗାର ପ୍ରିୟ ଫୁଲ ବ୍ରହ୍ମକମଳ ଲାଗିହେଇଛି ଜଗା ର ମସ୍ତକ ରେ I ଓଡିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ ଙ୍କ ଘରେ ଗୁରୁବାର ସନ୍ଧ୍ୟାସମୟରେ ଚାରୋଟି ବ୍ରହ୍ମକମଳ ଏକ ସଙ୍ଗରେ ଫୁଟିଥିଲା I ଶ୍ରଦ୍ଧାର ସହିତ ଶ୍ରୀ ଶତପଥୀ ଏହି ବିରଳ ତଥା ଦୁର୍ଲଭ ଫୁଲକୁ ଗୁଣ୍ଡିଚା ମନ୍ଦିର ରେ ବିରାଜିଥିବା ଜଗନ୍ନାଥ ଙ୍କ ନିକଟରେ ଲାଗି କରାଇଥିଲେ I

ଏନେଇ ଶ୍ରୀ ଶତପଥୀ କହିଛନ୍ତି ଯେ ଏହା ଜଗନ୍ନାଥ ଙ୍କ ଏକ ଅପୂର୍ବ ସଂଯୋଗ ଚାରିଦିଅଁ ଜଗନ୍ନାଥ ବଳରାମ ସୁଭଦ୍ରା ଏବଂ ସୁଦର୍ଶନ ଙ୍କ ପାଇଁ ଏକ ସଙ୍ଗରେ ଚାରୋଟି ଫୁଲ ଫୁଟିବା ସବୁ ସେହି କାଳିଆ ର ଲୀଳା I ତେବେ ବିଗତ 3 ବର୍ଷ ଧରି ରଥଯାତ୍ରା ସମୟରେ ଏହି ବିରଳ ଫୁଲ ଶ୍ରୀଯୁକ୍ତ ଶତପଥୀ ଙ୍କ ଘରେ ଫୁଟିଆସୁଛି I

ବ୍ରହ୍ମକମଳ ବିଷୟରେ କିଛି ତଥ୍ୟ :

ଶାସ୍ତ୍ର ଅନୁଯାଇ ଯେତେବେଳେ ଗଣେଶ ଙ୍କ ମସ୍ତକ ରେ ହାତୀ ର ମସ୍ତକ ସ୍ଥାପନ କରାଗଲା ସେତେବେଳେ ମା ପାର୍ବତୀ ଙ୍କ ଅନୁରୋଧ କ୍ରମେ ସୃଷ୍ଟି କର୍ତା ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏବଂ ବ୍ରହ୍ମକମଳ ଫୁଲରେ ଗଣେଶ ଙ୍କ ଉପରେ ପାଣି ସିଞ୍ଚନ ଦ୍ୱାରା ଗଣେଶ ଜୀବଦାନ ପାଇଥିଲେ I ଯେହେତୁ ସ୍ୱୟଂ ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏହି କାରଣରୁ ଏହାକୁ ବ୍ରହ୍ମକମଳ ଫୁଲ ଭାବରେ ନାମିତ କରାଯାଇଥିଲା I ଏହା ଦୁର୍ଲଭ ହେଇଥିବାରୁ ଏହି ବ୍ରହ୍ମକମଳ ଫୁଲ ଉତ୍ତରାଖଣ୍ଡ ର ଜାତୀୟ ଫୁଲ ଭାବେ ଘୋଷଣା କରାଯାଇଛି I

ଏହାର ବିଶେଷତ୍ୱ ହେଉଛି ଏହା ପତ୍ରରୁ ଫୁଟିଥାଏ ଏବଂ ସନ୍ଧ୍ୟାସମୟରେ ଫୁଟିଥାଏ ,ରାତ୍ରିର ନିଶବ୍ଦ ରେ ମହକି ପାହାନ୍ତା ପହରରେ ମଉଳି ଯାଇଥାଏ Iପୂର୍ବରୁ ଏହା ହିମାଳୟ ଅଂଚଳର ପାହାଡିଆ ଅଂଚଳରେ ଅଧିକ ପରିମାଣରେ ଦେଖାଯାଉଥିଲା କ୍ରମଶଃ ଏହା ଲୋପ ପାଇ ବିରଳ ପ୍ରଜାତିରେ ସ୍ଥାନ ପାଇଛି I ଶାସ୍ତ୍ର କୁହେ ଏହି ଫୁଲ ଫୁଟୁଥିବା ସମୟରେ ଯଦି ଏହା କୁ ଆପଣ ଦର୍ଶନ କରନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ I

Leave a Reply

Your email address will not be published. Required fields are marked *