ଜିଲ୍ଲାପାଳ ମାନେ ଏବେ ସ୍କୁଲ ମୁଁହା

ଗତ କିଛିଦିନ ତଳେ ବାହାର ରାଜ୍ୟର ଜଣେ ଜିଲ୍ଲାପାଳ ଅଚାନକ ସ୍କୁଲ ରେ ପହଂଚି ଖାଦ୍ୟର ମାନ ପରୀକ୍ଷା କରିବା ସହିତ ନିଜେ ମଧ୍ୟ ସେହି ଖାଦ୍ୟ ଖାଇଥିଲେ ,ଆଉ ଏହା ପରଠାରୁ ସେହି ଧାରାରେ ସାମିଲ ହେଇଯାଇଥିଲେ ଅନ୍ୟ ଜିଲ୍ଲାପାଳ ମାନେ I ଏଥିରୁ ଓଡିଶା ବି ବାଦ ପଡିନି I କିଛିଦିନ ତଳେ ପୁରୀ ଜିଲ୍ଲାପାଳ ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ରେ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ରାମାୟଣର ଗଭୀର ଜ୍ଞାନ ଶିଖାଇଥିଲେ I ଗତକାଲି ବରଗଡ଼ ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ବରଗଡର ସମସ୍ତ ବିଦ୍ୟାଳୟ ରେ ପାଠ ର ମାନ ଏବଂ ସ୍କୁଲ ର ସମସ୍ୟା ବୁଝିବାକୁ ବାହାରିପଡ଼ିଥିଲେ ।ଏହା ନିଁଚିନ୍ତ ଭାବରେ ଏକ ଭଲକଥା କିନ୍ତୁ ସତରେ କଣ ଜିଲ୍ଲାପାଳ ମାନେ ବିଦ୍ୟାଳୟ ସମସ୍ୟା ପାଇଁ ଏତେ ବ୍ୟଗ୍ର ନା କେବଳ ଦେଖାଶିଖା ଓଡିଶା ନ୍ୟାୟରେ ଦି ଚାରିଟା ସ୍କୁଲ ପରିଦର୍ଶନ କରି ମିଡିଆରେ ଫୋଟୋ ଦେଇ ଚୁପ ରହୁଛନ୍ତି ତାହା ଦେଖିବାର କଥା I

Leave a Reply

Your email address will not be published. Required fields are marked *