ପୁରୀ ରଥଯାତ୍ରାରୁ 3000 ମୋବାଇଲ୍‌ ଚୋରି କରି ଚୋର ଗିରଫ :କାଳିଆ ରଥଯାତ୍ରା ରୁ ଚୋରି କରିବା ପଡିଲା ମହଙ୍ଗା

ରଥଯାତ୍ରା ସମୟରେ ପ୍ରାୟତଃ ଆପଣ ମୋବାଇଲ,ପର୍ସ ,କିମ୍ବା ସୁନା ଅଳଙ୍କାର ଚୋରି ହେବାର କଥା ଶୁଣିଥିବେ କିମ୍ବା ନିଜେ ମଧ୍ୟ ଭୁକ୍ତ ଭୋଗୀ ହେଇଥାଇପାରନ୍ତି I ଜଗନ୍ନାଥ ଙ୍କ ରଥଯାତ୍ରା ସମୟର ଭିଡ ଭିତରେ ନିମିଷକ ମଧ୍ୟରେ ସ୍ମାର୍ଟ ଚୋର ବୁଲାଇଦେଇଥାନ୍ତି ସ୍ମାର୍ଟ ଦାମିକା ଫୋନ I ତେବେ ଏପରି ଜଣେ ହାଇ ପ୍ରୋଫାଇଲ ଚୋର ଧରାପଡିଛି ଦିଲ୍ଲୀର ଉତ୍ତରପୂର୍ବ ଡିସିପି ଅତୁଲ ଠାକୁର ଙ୍କ ପାଖରେ I ଚୋର ଜଣଙ୍କ ଓଡିଶା ରଥଯାତ୍ରା ରୁ ଚୋରି କରି ଫେରୁଥିବା ବେଳେ ଦିଲ୍ଲୀ ପୋଲିସ ଦିଲ୍ଲୀରେ ଧରିବାରେ ସଫଳ ହେଇଚି I
ଚୋର ଙ୍କ ନାମ ଅସ୍‌ଲମ୍‌ ଖାଁ ( ୩୮ ବର୍ଷ)I ସେ ଏକ ଗ୍ୟାଙ୍ଗ ଗଢ଼ିଥିଲେ ଯେଉଁଥିରେ କି 6 ଜଣଙ୍କୁ ପେସାଦାର ଚୋର ଭାବରେ ଟ୍ରେନିଂ ଦେଇ ମାସିକ 50ହଜାର ପାରିଶ୍ରମିକ ଦେଇ ନିଯୁକ୍ତ କରିଥିଲେ I ପ୍ରଥମେ ଏମାନେ ପ୍ଲାନ କରିଥାନ୍ତି କେଉଁଠାରେ ଅଧିକ ଭିଡ ବା ଜନଗହଳି ରହିଥାଏ ତାହାପରେ ସେଠାକୁ ବିମାନରେ ରିଜର୍ଭ କରି ଯାଇଥାନ୍ତି I

ଏବଂ ଭକ୍ତ ବା ଉପସ୍ଥିତ ଦର୍ଶକ ମାନଙ୍କର ସାମାନ୍ୟତମ ଅନ୍ୟମନସ୍କ ର ସୁବିଧା ନେଇ ଏମାନେ ଆଖି ପିଛୁଳାକେ ଦାମିକା ସ୍ମାର୍ଟ ଫୋନ ,ପର୍ସ ,ସୁନାଚେନ ଚୋରାଇନେଇଥାନ୍ତି I ଏବଂ ପୂର୍ବରୁ ଟ୍ରେନ ରେ ଏସି ବଗିରେ ବୁକିଂ କରିଥାନ୍ତି ଏବଂ ଅତି ସନ୍ତର୍ପଣ ରେ ଚୋରି ସାମଗ୍ରୀ କୁ ପାର୍ସଲ ନେଇ ଦିଲ୍ଲୀରେ ବିକ୍ରି କରିଥାନ୍ତି I

ତେବେ ଜଗନ୍ନାଥ ଧାମ ରୁ ମୋବାଇଲ ଚୋରି କରି ନେଉଥିବା ବେଳେ ଏହି ଟିମ ପାଖରୁ ପାଖାପାଖି 3000 ଟି ମୋବାଇଲ ପୋଲିସ ଜବତ କରିଛି I

Leave a Reply

Your email address will not be published. Required fields are marked *