ବିଜେଡି କର୍ମୀଙ୍କ ଦାଦାଗିରି :ଘରେ ପଶି ବିଜେପି କର୍ମୀଙ୍କ ଦୁଇ ଝିଅଙ୍କୁ ବଳାତ୍କାର ଉଦ୍ୟମ ବାପା ବିରୋଧ କରିବାରୁ ହାତଭାଙ୍ଗିଦେଲେ

ରାଜ୍ୟରେ ଆଇନ କାନୁନ ଭୁଶୁଡିପଡିଲାଣି ,କେତେବେଳେ ଦୁଃଖ ଜଣାଇବାକୁ ଥାନାକୁ ଯାଇଥିବା ନୀରିହା ମହିଳାଙ୍କୁ ପୋଲିସ ର ମାଡ ତ କେତେବେଳେ ଘରୁ ଉଠାଇ ଆଣି ନିର୍ଘାତ ପିଟୁଛି ଯୁବତୀ ଝିଅଙ୍କୁ I ଏସବୁ କୁ କିନ୍ତୁ ବଳି ଆଜିର ଘଟଣା I ରାଜନୈତିକ ଛକା ପଞ୍ଝା ରେ ବିଜେଡି ସମର୍ଥକ ବିଜେପି କର୍ମୀ ଙ୍କ ଘରେ ପଶି ଦୁଇ ଝିଅଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ ଏହାକୁ ବାପା ବିରୋଧ କରିବାରୁ ନିର୍ଘାତ ମାଡ ମାରି ହାତଭାଙ୍ଗି ଦେଇଛନ୍ତି I ଘଟଣା ଟି ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଞ୍ଚୁଗୋଛିଆ ପଞ୍ଚାୟତ ର I ପଞ୍ଚାୟତର ବିଜେପି କର୍ମୀ ଲକ୍ଷ୍ମୀଧର ଦାସ ଙ୍କ ସହିତ ସେହିଗ୍ରାମର ବିଜେଡି କର୍ମୀ ଭୂଷଣ ଜେନା ,ତାପସ ଦାସ ,ଶିବ ଶତପଥୀ ,ହରିହର ଶତପଥୀ ,ଙ୍କ ସହିତ ପୂର୍ବରୁ କୌଣସି କାରଣରୁ ଶତ୍ରୁତା ହେଇଥିଲା I ଏହି ଶତ୍ରୁତା କୁ କେନ୍ଦ୍ର କରି ଉପରୋକ୍ତ ବିଜେଡି ସମର୍ଥକ ମାନେ ଲକ୍ଷ୍ମୀଧର ଦାସ ଙ୍କ ଘରେ ଜୋରଜବରଦସ୍ତ ପଶି ତାଙ୍କ ମଝିଆ ଝିଅ ପ୍ରିୟଙ୍କା ଏବଂ ବଡ଼ଝିଅ ମାନସୀ କୁ ଜୋର ଜବରଦସ୍ତ ଗୁହାଳ କୁ ଟେକି ନେଇଥିଲେ I

ଏବଂ ବଳାତ୍କାର ଉଦ୍ୟମ କରିଥିଲେ ଏହାକୁ ବାପା ଲକ୍ଷ୍ମୀଧର ବିରୋଧ କରିବାରୁ ଲକ୍ଷ୍ମୀଧର ଙ୍କୁ ନିର୍ଘାତ ମାଡମାରି ଖଣ୍ଡିଆଖାବରା କରିଦେଇଛନ୍ତି I

ଏବଂ ଓଲଟା ଧମକ ଦେଇଛନ୍ତି କଣ କରିବା କଥା କର ,କେହି ତୋ ପିଠିରେ ପଡିବେ ନାହିଁ I ସରକାର ଆମର I ରାଜ୍ୟବି ଆମର I ଏନେଇ ଲକ୍ଷ୍ମୀଧର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ

କରିଥିବା ବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଛି I

Leave a Reply

Your email address will not be published. Required fields are marked *