ପ୍ରଖର ନଦୀସ୍ରୋତରେ ଲମ୍ଫ ମାରି ଭାସିଯାଉଥିବା ଦୁଇ ମହିଳାଙ୍କୁ ମୃତ୍ୟୁ ମୁଁହରୁ ଭିଡି ଆଣିଲେ ସାହସୀ ଯୁବକ

ଯୁବକ ଙ୍କ ସାହସ ଆଗରେ ହାର ମାନିଗଲେ ମୃତ୍ୟୁର ଦେବତା ଯମରାଜ I କୁହାଯାଏ ମନରେ ସାହସ ଥିଲେ କଠିନ କାମକୁ ମଧ୍ୟ ସହଜ କରିହେବ I କିନ୍ତୁ ପ୍ରଖର ନଦୀସ୍ରୋତକୁ ଲମ୍ଫ ମାରି ମୃତ୍ୟୁ ସହିତ ଲଢ଼ି କାହା ଜୀବନ ବଞ୍ଚାଇବା ଏକ କାଠିକର ପାଠ I ଏହି ଅସମ୍ଭବ କୁ କିନ୍ତୁ ସମ୍ଭବ କରିଛନ୍ତି ତିନିଜଣ ସାହସୀ ଯୁବକ I ଘଟଣାଟି ଫୁଲବାଣୀ ବ୍ଲକ ଆଲାମି ପଞ୍ଚାୟତ ମାର୍ଦେଜୁ ଗାଁର I ଗ୍ରାମର ଦୁଇ ମହିଳା ସବିତା କହଁର ଏବଂ ପଦ୍ମିନୀ କହଁର ପିଲାସାଲୁଙ୍କି ନଦୀରେ ଗାଧଉଥିବା ସମୟରେ ହଠାତ ପ୍ରବଳ ବେଗରେ ବନ୍ୟା ଜଳ ମାଡିଆସିଥିଲା I ଦୁହେଁ କିଛି ଭାବିବା ପୂର୍ବରୁ ଭାସି ଯାଇଥିଲେ ନଦୀ ଜଳରେ I

ଜୀବନ ବଞ୍ଚାଇବା ପାଇଁ ଜୋରରେ ଚିତ୍କାର କରି ଡାକ ଛାଡିଥିଲେ I ଏହି ସମୟରେ ସେଠାରେ ଥିବା ଗ୍ରାମର ଯୁବକ ସମୀର,କେଶବଏବଂ ଶିବାନନ୍ଦ ଦୁଇ ମହିଳାଙ୍କୁ ଉଦ୍ଧାର କରିବାକୁ ପ୍ରଖର ସ୍ରୋତ କୁ ଡେଇଁପଡ଼ିଥିଲେ I ଏବଂ ସବିତାଙ୍କୁ ଉଦ୍ଧାର କରିବାରେ ସଫଳ ହେଇଥିଲେ I କିନ୍ତୁ ଏହି ସମୟ ଭିତରେ ପ୍ରଖର ସ୍ରୋତରେ ପଦ୍ମିନୀ ନିଖୋଜ ହେଇଯାଇଥିଲେ I ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚିସାରିଥିଲେ I କିନ୍ତୁ ପଦ୍ମିନୀ ଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେଇନଥିଲେ I

ୟା ମଧ୍ୟରେ ପ୍ରାୟତ ଏକ ଘଣ୍ଟା ଗଡିଯାଇଥିଲା ତେଣୁ ବାଧ୍ୟ ହେଇ ତିନି ଯୁବକ ନଦୀର ପ୍ରଖର ସ୍ରୋତକୁ ପୁଣିଥରେ ଲମ୍ଫ ମାରି ,ନଦୀ ଗର୍ଭରେ ଦୁଇଘଣ୍ଟା କାଳ ଖୋଜାଖୋଜି କରିବା ପରେ ପଦ୍ମିନୀଙ୍କୁ ଅଚେତ ଭାବରେ ଠାବ କରିଥିଲେ ଏବଂ ନଦୀ ବାହାରକୁ ଆଣିବା ପରେ ପଦ୍ମିନୀ ଙ୍କର ଚେତା ଫେରିଥିଲା I ତିନି ଯୁବକ ଙ୍କର ଏପରି ସାହସ ପାଇଁ ମୃତ୍ୟୁ ମୁଖରୁ ଦୁଇ ମହିଳା ବର୍ତ୍ତିଯାଇଛନ୍ତି I

Leave a Reply

Your email address will not be published. Required fields are marked *