ସବୁଆଡେ ପ୍ରବଳ ବର୍ଷା ହେଉଥିବା ବେଳେ ,ପୁରୀରେ କୋହଲା ପାଗ ରେ କାଳିଆର ବାହୁଡା ଯାତ୍ରା

ଲୀଳା ଦେଖାଇଲା କାଳିଆ :ସାରା ବିଶ୍ୱ ହେଲା ସ୍ତମ୍ଭିଭୂତ I ଗତକାଲି ରଥ ବୁଡିଯାଇଥିଲା 4 ଫୁଟ ପାଣିରେ ,ଆଜି ଜଗା ଦେଖାଇଲା ତା ମହିମା I ଧନ୍ୟରେ ତୁ କାଳିଆ
ଲଗାତାର ଦୁଇଦିନ ବର୍ଷାରେ ସାରା ଓଡିଶା ବେହାଲ ହେଇଯାଇଥିବା ବେଳେ ଗତକାଲି ଭୁବନେଶ୍ୱର ରେ କୃତିମ ବନ୍ୟାରେ ରାଜଧାନୀ ଜଳବନ୍ଦୀ ହେଇଯାଇଥିଲା I ଶ୍ରୀଜଗନ୍ନାଥ ଙ୍କ ଧାମ ମଧ୍ୟ ପାଣିରେ ଉବୁଟୁବୁ ହେଉଥିଲା Iଜଗନ୍ନାଥ ଙ୍କ ରଥ 3/4 ଫୁଟ ପାଣିରେ ବୁଡିଯାଇଥିଲା I ନିଜେ ଜିଲ୍ଲାପାଳ ମଧ୍ୟ ପାଣି ଭିତରେ ପଶି ସମସ୍ତ ଘଟଣାର ତର୍ଜମା କରୁଥିବାର ନଜିର ଆସିଥିଲା I ତେବେ ଭକ୍ତ ମାନଙ୍କ ମନରେ ଛନକା ପଶିଥିଲା କେମିତି ଜଗନ୍ନାଥ ଏତେ ବର୍ଷାରେ 4ଫୁଟ ପାଣିରେ ବାହୁଡ଼ିବେ ଶ୍ରୀ ମନ୍ଦିର କୁ I

ବାହୁଡ଼ାରେ କାଳିଆ ବାହୁଡ଼ିବେ ନା ନୀତି ରେ ବିଳମ୍ବ ହେବ ? ପୁରୀ ପ୍ରଶ୍ଵାସନ ସେମାନଙ୍କର ପାରୁପର୍ଯ୍ୟନ୍ତ ଉଦ୍ୟମ ଜାରିରଖିଥିଲେ ପାଣିକୁ ନିଷ୍କାସନ କରିବା ପାଇଁ I ତଥାପି ଝିପିଝିପି ବର୍ଷାକୁ ଆଖିରେ ରଖି ସବୁ ସେଇ କାଳିଆ ଉପରେ ଛାଡିଦେଇଥିଲେ I କୁହାଯାଏ ଯେତେବେଳେ ନିଜକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କ ପାଖରେ ସମର୍ପଣ କରିଦେବ ସେତେବେଳେ ସ୍ୱୟଂ ପ୍ରଭୁ ହିଁ ନିଜେ ଆସିବେ ସାହାଯ୍ୟ ର ହାତ ବଢାଇବାକୁ I

ଠିକ ଯେମିତି ଦ୍ରୌପଦୀ କୁ କୁରୁସଭାରେ କୋଟିବସ୍ତ୍ରର ସାହାଯ୍ୟ କରିଥିଲେ I ଆଜି ସକାଳୁ ଦେଖିବାକୁ ମିଳିଥିଲା କାଳିଆର ମହିମା ,ରାଜ୍ୟର ସବୁଆଡେ ବର୍ଷା ହେଉଥିବା ବେଳେ ପୁରୀ ଆକାଶ ଥିଲା ସମ୍ପୂର୍ଣ୍ଣ ନିର୍ମଳ I ପ୍ରଭୁ ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରାଯାଇ ସାରିଲାଣି ଖୁବ ଶୀଘ୍ର ରଥଟଣା ଆରମ୍ଭ ହେଇଯିବ I ଏପରି ପାଗ ଦେଖି ସବୁ ଭକ୍ତ କହୁଛନ୍ତି ସତରେ ଲୀଳାମୟ ତୋ ଲୀଳା କିଏ ବୁଝିବ I

Leave a Reply

Your email address will not be published. Required fields are marked *