ବୃଦ୍ଧା ବାପା ମା ଙ୍କ ସେବା ନକଲେ ସରକାରୀ କର୍ମଚାରୀ ଙ୍କ ଦରମା କଟାଯିବ

ଵୃଦ୍ଧାଵସ୍ଥାରେ ବାପା ମା ଙ୍କ ସେବା କରିବା ପାଇଁ ସନ୍ତାନ ବାଧ୍ୟ ଅଟେ ,ଆସାମ ସରକାର ୨ ଅକ୍ଟୋବର ରୁ ଏକ ଅଭିନବ ପ୍ରୟାସ ସହିତ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି I ଯାହାଦ୍ୱାରା ସମସ୍ତ ରାଜ୍ୟ କର୍ମଚାରୀ ନୀଜର ବୃଦ୍ଧ ଓ ଆଶ୍ରିତ ପିତା ମାତା ଓ ଭାଇ ଭଉଣୀ ଙ୍କ ଦେଖା ଶୁଣା କରିବା ବାଧ୍ୟ ଅଟେ I ଗତ ବର୍ଷ ବିଧାନ ସଭା ରେ ପାରିତ ହେଇଥିବା“୨୦୧୭ ପ୍ରଣାମ ବିଧେୟକ” ରେ ଏହି ସବୁ କଥା କୁ ଅନିବାର୍ଯ୍ୟ କରୁଛି I
ଆସାମ ମନ୍ତ୍ରୀ ଏଚବି ଶର୍ମା କହିଛନ୍ତି ଯେ ଯଦି କୌଣସି ସରକାରୀ କର୍ମଚାରୀ ନିଜର ମାତା-ପିତା ଙ୍କର ଯତ୍ନ ନେଉନାହି

ତାହେଲେ ଉକ୍ତ କର୍ମଚାରୀଙ୍କର ଦରମାର ୧୦ ପ୍ରତିଶତ କଟାଯିବ ଓ ମାତା ପିତା ଙ୍କର ଖାତା ରେ ଜମା କରାଯିବ Iଆହୁରି ମଧ୍ୟ କହିଲେ ଯେ ଜଦି ଆଶ୍ରିତ ଭାଇ- ଭଉଣୀ ଥିବେ ତାହାଲେ ଏହି ପରିମାଣ ୧୫ ପ୍ରତିଶତ କୁ ବଢି ପାରେ I ରୀପୋର୍ଟ ଅନୁସାର ଏହି ଆଇନ ଲାଗୁ କରିବାରେ ଆସାମ ଦେଶର ପ୍ରଥମ ରାଜ୍ୟ ହେବ I

Leave a Reply

Your email address will not be published. Required fields are marked *