4 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ି ଗିରଫ ହେଲେ ସାଉଥକୋ ଲାଇନ୍‌ ମ୍ୟାନ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲା ପାତ୍ରପୁରର ଜଣେ ଲାଇନ୍‌ ମ୍ୟାନ I ଖବର ରୁ ଜଣାପଡିଛି ତାଙ୍କ ନାମ ଗିରିଧର ମହାପାତ୍ର ଏବଂ ସେ ସାଉଥକୋ ର ଗଞ୍ଜାମ ଜିଲା ପାତ୍ରପୁର ରେ କାର୍ଯ୍ୟ କରନ୍ତି। ପାତ୍ରପୁର ଗ୍ରାମର ସଂଯୁକ୍ତା ଙ୍କୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ କରାଇଦେବାକୁ 4000 ଟଙ୍କା ଲାଞ୍ଚ ମାଗିଥିଲେ ନଚେତ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ନାହିଁ ବୋଲି ରୋକଠୋକ ମନାକରିଦେଇଥିଲେ I
ଫଳରେ ବାଧ୍ୟହେଇ ସଂଯୁକ୍ତା ବାଧ୍ୟ ହେଇ ରାଜିହେଇଥିଲେ ।ଏବଂ ଲାଞ୍ଚ ଦେବା ଏକ ଅପରାଧ ହେଇଥିବାରୁ ସଂଯୁକ୍ତା ଭିଜିଲାନ୍ସ ଅଧିକାରୀ ଙ୍କୁ ଏନେଇ ଜଣାଇଥିଲେ I

ତେବେ ଗତକାଲି ବିଦ୍ୟୁତ୍‌ ସଂଯୋଗ ଦେବା ପାଇଁ ଲାଇନ୍‌ମ୍ୟାନ୍‌ ଜଣଙ୍କ ସଂଯୁକ୍ତା ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସଅଧିକାରୀ ମାନେ ତାଙ୍କୁ ଘଟଣା ସ୍ଥଳରୁ କାବୁ କରିଛନ୍ତି ଏବଂ ଲାଇନମ୍ୟାନଙ୍କଠାରୁ ନଗଦ ୩,୫୦୦ ଟଙ୍କା ଜବତ କରାଯାଇଛି ଏବଂ ତାଙ୍କୁ ଗିରଫ କରାଯାଇ କୋର୍ଟ କୁ ପଠାଇଦିଆଯାଇଛି I ଭିଜିଲାନ୍ସ ତରଫରୁ ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ବେଣୁଧର ନାୟକ, ଇନ୍ସପେକ୍ଟର ରାଜୀବ କୁମାର ବେହେରା, କମୁଦିନୀ ସାହୁ, ଏଏସ୍‌ଆଇ ବୃନ୍ଦାବନ ବେହେରା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *