ଦିୟା ଔର ବାତି ହମ୍‌’ ଲୋକପ୍ରିୟ ନାୟକ ସୁରଜ ଅଭିନୟ ଛାଡି ଏବେ ଚାଷ କାମରେ ଲାଗିପଡିଛନ୍ତି

ଷ୍ଟାର୍‌ ପ୍ଲସରେ ପ୍ରସାରିତ ହୋଇଥିବା ଧାରାବାହିକ ‘ଦିୟା ଔର ବାତି ହମ୍‌’ରେ ଅଭିନୟ କରି ସେ ଲୋକପ୍ରିୟ ହୋଇ ପାରିଥିଲେ । ସେଥିରେ ଥିବା ତାଙ୍କ ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇ ପାରିଥିଲା। ଏଠି ଆମେ ଯେଉଁ କଳାକାରଙ୍କ ବିଷୟରେ ଆମେ କହୁଛୁ ସେ ହେଉଛନ୍ତି ‘ଦିୟା ଔର ବାତି ହମ୍‌’ର ମୁଖ୍ୟ ଅଭିନେତା ସୁରଜ । ଏବେ ଏହି ଧାରାବାହିକର ପ୍ରସାରଣ ବନ୍ଦ ହୋଇ ସାରିଥିବା ବେଳେ ସୁରଜ ଓରଫ୍‌ ଅନସ ରଶିଦ୍‌ ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣା ନାହିଁ । ନିଜକୁ ଅଭିନୟଠାରୁ କହିଁକି ଦୂରେଇ ରଖିଛନ୍ତି ଏବଂ କେବେ ଫେରିବେ ତାହା କାହାକୁ ଜଣା ନଥିବା ବେଳେ ଅନସ ଏ ନେଇ ନିଜର ମତ ରଖିଛନ୍ତି । କିଛି ଦିନ ତଳେ ତାଙ୍କ ବିବାହ ହୋଇଥିବା ବେଳେ ଏବେ ସେ ପୂରା ସମୟ ନିଜ ପରିବାରକୁ ଦେଉଥିବା ଜଣା ପଡ଼ିଛି । ଅନସଙ୍କ କହିବା ଅନୁଯାୟୀ, ଏବେ ମୁଁ ଅଭିନେତାରୁ କୃଷକ ବନି ସାରିଛି

। ଯାହା ପାଇଁ ମୁଁ ବହୁତ ଖୁସି । କ୍ଷେତରେ ଟ୍ରାକ୍ଟର ଚଳାଇବାରେ ମୋତେ ଖୁବ୍‌ ଭଲ ଲାଗିବା ସହ ଏବେ ମୁଁ ମୋ ପରିବାର ସହ ସମୟ ବିତାଇ ପାରୁଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *