ରିକ୍ସାବାଲା ଫେରାଇଲେ 5ଲକ୍ଷ ଟଙ୍କା ର ସୁନାଗହଣା ;ସଚୋଟ ମାନବିକତା ଆଗରେ ଗରିବୀ ହେଇପାରିଲାନି ବାଧକ

ବେଳେବେଳେ ଆମେ ଭାବୁ କୋଉଠୁ ସୁନାଗହଣା ପଇସା ବହୁତ ମିଳିଯାଆନ୍ତା କି ? କିନ୍ତୁ ସତରେ ଯଦି ସେମିତି ହୁଏ ଏବଂ ଆପଣ ଙ୍କୁ ବହୁତ ଟଙ୍କା ମିଳିଯାଏ ତେବେ କଣ ଆପଣ ସେସବୁ ଫେରେଇବେ କି ତାହାର ମାଲିକ ଙ୍କୁ ?ଜମା ନୁହେଁ ନା ,କିନ୍ତୁ ଏମିତି ଘଟିଛି ହାୱଡାରେ I ଜଣେ ମହିଳା ତାଙ୍କ ଝିଅ ବାହାଘର ପାଇଁ ଭାରତ ଆସିଥିଲେ ସୁନାଗହଣା କିଣିବାକୁ ଦୁବାଇ ରୁ I ଏବଂ କିଣାକିଣି ପରେ ରିକ୍ସା ରେ ଯିବାବେଳେ ଭୁଲରେ ଛାଡି ପଳେଇଥିଲେ କିଣାକିଣି କରିଥିବା ପର୍ସ କୁ I ଘରେ ଯାଇ ବ୍ୟସ୍ତ ବିବ୍ରତ ହେଇ କାନ୍ଦି ପକାଇଥିଲେ ମହିଳା ଜଣଙ୍କ I ପାଖାପାଖି ଚାରି ଲକ୍ଷ ଟଙ୍କାର ସୁନାଗହଣା ଥିବାବେଳେ ନଗଦ 1 ଲକ୍ଷ ଟଙ୍କା ପର୍ସ ରେ ଥିଲା I ମୁଣ୍ଡ କୁ ବୁଦ୍ଧିବାଟ ଦିଶୁନଥିଲା I ରିକ୍ସା ବାଲାର ସମ୍ପୂର୍ଣ୍ଣ ଠିକଣା ବି ତାଙ୍କ ପାଖରେ ନଥିଲା I କେମିତି ଝିଅ ବାହାଘର ହେବ ସେଇ ଦୁର୍ଚିନ୍ତା ରେ ଘାରିହେଉଥିଲେ ମହିଳଜଣଙ୍କ I ନିକଟସ୍ଥ ଥାନାରେ ହଜିଯାଇଥିବା ଅଭିଯୋଗ କରିଥିଲେ I ସେପଟେ ରିକ୍ସା ଵାଲା ଜଣଙ୍କ ଘରେ ପହଂଚି ଦେଖିବାକୁ ପାଇଥିଲେ ମହିଳାଙ୍କ ପର୍ସ I ପର୍ସ ଖୋଲି ଦେଖିଲା ପରେ ତାଙ୍କ ହୋସ ଉଡିଯାଇଥିଲା I ଦାମୀ ଦାମୀ ସୁନାଗହଣI

ସହିତ ଲକ୍ଷେ ଟଙ୍କା ,ରିକ୍ସାଵାଲା ଙ୍କ ସ୍ତ୍ରୀ ମଧ୍ୟ ଦେଖି ତଟସ୍ଥ ହେଇଯାଇଥିଲେ ଏବଂ ସ୍ୱାମୀଙ୍କୁ କହିଥିଲେ ଏସବୁ ଫେରେଇଦେବାକୁ ଥାନାରେ I ଯଦିଓ ରିକ୍ସାବାଲା ଜଣଙ୍କ ଦୈନିକ ଗଣ୍ଡେ ଖାଦ୍ୟ ଯୋଗାଡ଼ କରିବା ବହୁତ କଷ୍ଟ ତା ସହିତ ଘରେ ରୋଗୀଣା ଶିଶୁ I ତଥାପି ସଚୋଟ ମାନବିକତା ଆଗରେ ଗରିବୀ ହେଇପାରିଲାନି ବାଧକ I ରିକ୍ସା ଵାଲା ଜଣଙ୍କ ନିକଟ ଥାନାରେ ସମସ୍ତ ଜିନିଷ ଫେରାଇଦେଇଥିଲେ I ଥାନା ବାବୁ ଘଟଣା ଜାଣିବା ପରେ ବିଶ୍ୱାସ କରିପାରିଲେନି I ସେହି ମହିଳାଙ୍କୁ ଡକାଇଲେ I ମହିଳା ଜଣଙ୍କ ତଦାରଖ କରିବା ପରେ ସମସ୍ତ ଜିନିଷ ଠିକ ଥିବା ଦେଖି ଭୋ ଭୋ ହେଇ କାନ୍ଦି ପକାଇଥିଲେ I ନିଜକୁ ବିଶ୍ୱାସ କରିପାରୁନଥିଲେ I ବିଦେଶୀ ମହିଳା କହିଲେ ଭାରତ ରେ ଏମିତି ଲୋକ ଅଛନ୍ତି ବିଶ୍ୱାସ କରିହେଉନି ? ସେଥିପାଇଁ ଭାରତ ମହାନ I ସଂଗେ ସଂଗେ ରିକ୍ସାବାଲା ଙ୍କୁ ନଗଦ 10ହଜାର ପୁରସ୍କାର ଦେବା ସହିତ ଘରକୁ ଯାଇ ତାଙ୍କ ପାଇଁ ଏକ ନୂଆ ଅଟୋ କିଣିଦେବା ପାଇଁ ପ୍ରତିଶୃତି ଦେଇଥିଲେ I ଘଟଣାଟି ସମଗ୍ର ଅଂଚଳ ରେ ଚର୍ଚା ପାଲଟିଛି I

Leave a Reply

Your email address will not be published. Required fields are marked *