ଘରେ ଏହି ଚାରିଜଣଙ୍କ ପାଦ ଧୂଳି ପଡିବା ଦ୍ୱାରା ଘରକୁ ସୌଭାଗ୍ୟ ଆସିଥାଏ

ଜୀବନରେ ସାଧୁ ସନ୍ଥ ଙ୍କ ବାଣୀ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ I ଜୀବନ କୁ ସରଳ ସୁନ୍ଦର କରିବାକୁ ସେମାନେ ଆମକୁ ବହୁ ନୀତିବାଣୀ ଦେଇଥାନ୍ତି ଏହା ସହିତ ବାସ୍ତୁଶାସ୍ତ୍ର ଜନିତ ଉପଦେଶ ମଧ୍ୟ ଦେଇଥାନ୍ତି Iଆଜି ଚାଲନ୍ତୁ ଜାଣିବା ଏମିତି ଏକ ସାଧୁବାଣି ବିଷୟରେ I ଘରେ କେଉଁମାନଙ୍କ ପାଦ ଧୂଳି ପଡିଲେ ଧନ ଜନ ବଢିବା ସହିତ ସୌଭାଗ୍ୟ ଆସିଥାଏ I 1) ଶାସ୍ତ୍ର ଅନୁଯାଇ ଆମେ ଗାଈ କୁ ମା ଭାବେ ମାନିଥାଉ ,ଯଦି ଗୋମାତା ର ପାଦ ଖୁରାର ଧୂଳି ଘରେ ପଡିଥାଏ ତେବେ ଘରେ ମା ଲକ୍ଷ୍ମୀ ଙ୍କର କୃପା ବଢିଥାଏ I

2) ଧାନ ଝାଡ଼ିବା ସମୟରେ ଯେଉଁ ଧୂଳି ବାହାରେ ସେ ଧୂଳି ଯଦି ଘରେ ପଡେ,ତେବେ ଏହା ଅତ୍ୟନ୍ତ ମଙ୍ଗଳ ହେଇଥାଏ I ପରିବାରର ସୁଖ ଶାନ୍ତି ବଢିଥାଏ I3) ଭଣଜା କୁ କୁଳନନ୍ଦନ କୁହାଯାଇଥାଏ ,ସାକ୍ଷାତ ଶାଳଗ୍ରାମ ସହିତ ତୁଳନା କରାଯାଇଥାଏ I ଭଣଜା ର ପାଦ ଧୂଳି ଯଦି ଘରେ ପଡେ ତେବେ ଘରେ ସୌଭାଗ୍ୟ ବଢିଥାଏ I 4)

ବ୍ରାହ୍ମଣ ଙ୍କୁ ସାକ୍ଷାତ ଦେବତା ଭାବେ ପୂଜା କରାଯାଇଥାଏ I ପଣ୍ଡିତ ବ୍ରାହ୍ମଣ ଙ୍କ ପାଦଧୂଳି ଘରେ ପଡିବା ଦ୍ୱାରା ଘରକୁ ଧନ ସୌଭାଗ୍ୟ ଆସିବା ସହିତ ଘରେ ସର୍ବଦା ମଙ୍ଗଳ ହେଇଥାଏ I

Leave a Reply

Your email address will not be published. Required fields are marked *