ବୋଲବମ ଯାତ୍ରା ହେଲା ଶେଷ ଯାତ୍ରା I ଶ୍ରାବଣ ସୋମବାର ରେ ଲୌହ ଦାନଵ ଦଳିଦେଲା 4ବୋଲବମ ଭକ୍ତଙ୍କୁ

ବୋଲବମ ଯାତ୍ରା ହେଲା ଶେଷ ଯାତ୍ରା I ଶ୍ରାବଣ ସୋମବାର ରେ ଲୌହ ଦାନଵ ଦଳିଦେଲା 4ବୋଲବମ ଭକ୍ତଙ୍କୁ
ଶ୍ରାବଣ ମାସ ସୋମବାର ରେ ଶିବଙ୍କ ଉପରେ ଜଳାଭିଷେକ କରିବାକୁ ଲକ୍ଷ ଲକ୍ଷ ଭକ୍ତ କାନ୍ଧରେ ବାହୁଙ୍ଗିରେ ପାଣି ନେଇ ଚାଲି ଚାଲି ଯାଇଥାନ୍ତି I କୁହାଯାଏ କି ଶିବ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି I କିନ୍ତୁ ଶ୍ରାବଣ ସୋମବାର ରେ ଶିବ ଙ୍କୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ଅଧାରେ ରହିଯାଇଛି ସ୍ବପ୍ନ I ଚାଲିଯାଇଛି ଜୀବନ I ଘଟଣା ଟି ରାଉରକେଲାରେ I

ପାନପୋଷ ଓଭର ବ୍ରିଜ ରେ ବୋଲବମ ଯାତ୍ରୀ ମାନେ ପାର ହେଉଥିବା ବେଳେ ସାମ୍ନା ରୁ ଏକ ଟ୍ରେନ ସେମାନଙ୍କ ଉପରେ ଚଢି ଯାଇଥିଲା ,ଘଟଣା ସ୍ଥଳରେ 4ଜଣଙ୍କର ମୃତ୍ୟୁହେଇଥିବା ବେଳେ ଅନ୍ୟ ତିନିଜଣ ଛିଟିକି ପଡି ବଂଚିଯାଇଛନ୍ତି I ତିନିଜଣଙ୍କ ମୃତ ଶରୀର ମିଳିଥିବା ବେଳେ ଜଣଙ୍କର ପାଣି ଭିତରୁ ମିଳିପାରିନାହିଁ Iମୃତକ ମାନେ ନୀଲେଶ ଦାସ ଏବଂ ଲକି ଦାସ ,ଯମୁନା ଦାସ ଏବଂ ରାମ ଦାସ I ଏମାନେ ଗୋଟିଏ ପରିବାର ର ଏବଂ ଘର ଛତିଶଗଡ଼ ର ଭିଲାଇ ସହର Iଘଟଣାଟି ସମଗ୍ର ଅଂଚଳରେ ଚର୍ଚା ଖେଳିଯାଇଛି i

Leave a Reply

Your email address will not be published. Required fields are marked *