ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଚେୟାର ସହିତ ପାଣି ପାଉଚ୍ ମାଡ କଲେ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ

ପଦାରେ ପଡିଛି ବିଜେଡି ଗୋଷ୍ଠୀ କନ୍ଦଳ I ବେଗୁନିଆରେ ବିଜେଡି ରେ ବିଧାୟକ ଙ୍କ ସମର୍ଥକ ମାନେ ସାରୁଆରୁ ବେଗୁନିଆ ପର୍ଯ୍ୟନ୍ତ ଏକ ରାଲି କରିବାର ଯୋଜନା ଥିବାବେଳେ ଅସନ୍ତୁଷ୍ଟ ବିରୋଧୀ ଗୋଷ୍ଠୀ ବିଧାୟକ ଙ୍କୁ ବିରୋଧ କରି ଏକ ବିଶାଳ ରାଲି ର ଆୟୋଜନ କରିଥିଲେ I ପରିସ୍ଥିତି ଅଣାୟତ ହେବାକୁ ଯାଉଥିବା ଦେଖି ସ୍ଥାନୀୟ ପ୍ରଶାସନ ଉଭୟ ରାଲିକୁ ବରଖାସ୍ତ କରି 144 ଧାରା ଲଗାଇଥିଲେ I ଫଳରେ ଉଭୟ ପକ୍ଷ ତରଫରୁ ରାଲି ରୁ ଓହରି ବାକୁ ବାଧ୍ୟ ହେଇଥିଲେ I କିନ୍ତୁ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ କୁଶପଲ୍ଲା ଖେଳପଡିଆରେ ବିଶାଳ ସମାବେଶ କରିଥିଲେ I

ବିଧାୟକ ଜଗଦେବ ବିରୋଧୀ
ଙ୍କୁ ମନାଇବାକୁ ସେହି ସଭା କୁ ଯାଇଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀ ମାନଙ୍କ ମନରେ କୁହୁଳୁଥିବା ନିଆଁ ଉଗ୍ର ରୂପ ନେଇଥିଲା ଏବଂ ବିଧାୟକ ଙ୍କୁ ପାଣି ପାଉଚ ଏବଂ ଚେୟାର ଫୋପାଡ଼ିଥିଲେ I

ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରୁ ବିଧାୟକ ଙ୍କୁ ଉଦ୍ଧାର କରିଥିଲେ Iଅନ୍ୟପକ୍ଷରେ ଅସନ୍ତୁଷ୍ଟ ଗୋଷ୍ଠୀ ଅଭିଯୋଗ କରିଛନ୍ତି କି ବିଧାୟକ ଙ୍କୁ ନିମନ୍ତ୍ରଣ ନଥିଲେ ମଧ୍ୟ ଜୋର ଜବରଦସ୍ତ ତାଙ୍କ ସମର୍ଥିତ କର୍ମୀ ଙ୍କ ସହିତ ଆସି ରନ୍ଧା ଖାଦ୍ୟ କୁ ନଷ୍ଟ କରିବା ସହିତ

ଅସନ୍ତୁଷ୍ଟ ଗୋଷ୍ଠୀ କୁ ମାଡ ମରାଇଛନ୍ତି ନିଜ ସମର୍ଥକ ଙ୍କ ଦ୍ୱାରା I

Leave a Reply

Your email address will not be published. Required fields are marked *