ପିଜୁଳି ପତ୍ରର 10 ଟି ଚମତ୍କାରୀ ଉପକାରିତା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ!!

ପିଜୁଳି ଏକ ସ୍ୱାଦିଷ୍ଟ ଫଳ ହେଇଥିବାରୁ ଏହା ସମସ୍ତଙ୍କର ପ୍ରିୟ ହେଇଥାଏ I କିନ୍ତୁ କଣ ଆପଣ ଜାଣିଛନ୍ତି କି ପିଜୁଳି କେବଳ ଏକ ସ୍ୱାଦିଷ୍ଟ ଫଳ ନୁହେଁ ଶରୀର ପାଇଁ ଏହା ବହୁତ ଉପକାରୀ ଅଟେ I ଏହାର ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି I ଏହି ପତ୍ରରେ ଏମିତି ଚମତ୍କାରୀ ଗୁଣ ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ I ଏହା ଅନେକ ରୋଗକୁ ଅତି କମ ସମୟ ମଧ୍ୟରେ ଠିକ କରିପାରେ I 1) ଯଦି ଆପଣ ମୋଟାପଣ ପାଇଁ ଚିନ୍ତିତ ତେବେ ନିୟମିତ ପିଜୁଳି ପତ୍ର ର ରସ ସେବନ କରିବା ଦ୍ୱାରା ମୋଟାପଣ ଦୂରେଇଯାଇଥାଏ I 2) ଯଦି ଆଣ୍ଠୁଗଣ୍ଠି ବ୍ୟଥା ହେଉଥାଏ ତେବେ ପିଜୁଳି ରସକୁ ସେହି ଜାଗାରେ ମାଲିସ କରିବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ I

3)ଯଦି କୋଷ୍ଠକାଠିନ୍ୟ ହେଇଥାଏ ତେବେ କୋମଳ ପିଜୁଳି ପତ୍ରକୁ ପାଣିରେ ସିଝାଇ ସେହି ରସକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହେଇଥାଏ I 4) ଯଦି ଅତ୍ୟଧିକ ଦୁର୍ବଳ ଅନୁଭବ ହେଉଥାଏ ତେବେ ପିଜୁଳି ପତ୍ରକୁ ଗ୍ରାଇଣ୍ଡିଙ୍ଗ କରି ଏହାର ରସକୁ ସେବନ କରିବା ଦ୍ୱାରା ଦୁର୍ବଳତା ଦୂର ହେଇଥାଏ I 5)

ଏହା ମଧ୍ୟ ଲିଭର ରୁ ସମସ୍ତ ଅନାବଶ୍ୟକ ଜିନିଷକୁ ନିଷ୍କାସୀତ କରିବାରେ ସାହାଯ୍ୟ କରିଥାଏ I 6) ଯଦି ଡାଇରିଆ ଝାଡା ଲାଗିରହୁଥାଏ ତେବେ ଏକ କପ ପାଣିରେ ପିଜୁଳି ପତ୍ର ପକାଇ ଭଲଭାବରେ ଫୁଟାଇ ଦିଅନ୍ତୁ ଏବଂ ଏହି ପାଣିକୁ ପିଇବା ଦ୍ୱାରା ଡାଇରିଆ ଭଲ ହେଇଥାଏ I 7)ପିଜୁଳି ପତ୍ର ର ରସ ପିଇବା ଦ୍ୱାରା ଏହା ଡେଙ୍ଗୁ ରୋଗ ର ସଂକ୍ରମଣ କୁ ରୋକିଥାଏ I

8) ଯଦି ପାଟି ତୁଣ୍ଡୁଘା ହେଇଥାଏ ତେବେ ପିଜୁଳି ପତ୍ର ଚୋବାଇବା ଦ୍ୱାରା ଏହା ଭଲ ହେଇଥାଏ I 9)ବ୍ରଣ ପାଇଁ ସାଧାରଣତଃ ସମସ୍ତେ ଚିନ୍ତିତ ହେଇଥାନ୍ତି କିନ୍ତୁ ଯଦି ଆପଣ ତାଜା ପିଜୁଳି ପତ୍ରକୁ ଛେଚି ବ୍ରଣ ଉପରେ ଲେପନ ଦେବେ ଖୁବ ଶୀଘ୍ର ବ୍ରଣ ଭଲ ହେଇଥାଏ I

10) ଅଧକପାଳୀ ପାଇଁ ଏହା ରାମବାଣ ସଦୃଶ I ସୂର୍ଯ୍ୟଉଦୟ ପୂର୍ବରୁ ତାଜା ପିଜୁଳି ପତ୍ର କୁ ଛେଚି ରସ ବାହାର କରି ମଥାରେ ଲଗାଇବା ଦ୍ୱାରା ଅଧକପାଳୀ ନିମିଷକ ମଧ୍ୟରେ ଭଲ ହେଇଥାଏ I

Leave a Reply

Your email address will not be published. Required fields are marked *