ପ୍ରେମ ପାଇଁ ଗଲା ଜୀବନ:ହତ୍ୟା ନା ଆତ୍ମହତ୍ୟା ?? ଆକାଶିଆ ଗଛରେ ପ୍ରେମି ଯୁଗଳଙ୍କର ଝୁଲୁଛି ଶବ

ପୁରୀ ପିପିଲି ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I ସକାଳୁ ସକାଳୁ ମଙ୍ଗଳପୁର ପଞ୍ଚାୟତର ରାଉତପଡା ନିକଟରେ ଥିବା ଏକ ଆକାଶିଆ ଗଛରେ ପ୍ରେମି ଯୁଗଳଙ୍କର ମୃତ ଶବ ଝୁଲି ରହିଥିବା ବେଳେ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପହଂଚି ଦୁଇ ଜଣଙ୍କର ମୃତ ଶରୀର କୁ ପୋଲିସ ଜବତ କରିଛି I

ପ୍ରେମିକ ଜଣଙ୍କ ଘର ଦୃର୍ଗାଦାଶପୁର ଗ୍ରାମ ରେ ଏବଂ ତାଙ୍କ ନାମ ଲବ ପୁଷ୍ଟି(27) ଏବଂ ପ୍ରେମିକା ଙ୍କ ଘର ରାଉତପଡା ଗ୍ରାମରେ ,ନାମ ସୌଦାମିନି ବେହେରା(23) I ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଏବଂ ନିକଟ ଅତୀତ ରେ ରେଜିଷ୍ଟ୍ରି ବିବାହ ମଧ୍ୟ କରିଥିଲେ I ତେବେ ଏପରି ସ୍ଥଳରେ ଦୁହେଁ କାହିଁକି ଆତ୍ମହତ୍ୟା କରିଲେ ତାହା ଜଣା ପଡିନଥିବା ବେଳେ ପାରିପାର୍ଶିକ ଅବସ୍ଥା ସମସ୍ତଙ୍କୁ ବିସ୍ମିତ କରିଛି I ଦୁଇଜଣଙ୍କ ମୁଁହରେ କପଡା ଦ୍ୱାରା ବନ୍ଧାଯାଇଥିବା

ବେଳେ ଏହା ଏକ ହତ୍ୟା ଏବଂ ଏହାକୁ ଆତ୍ମହତ୍ୟା ର ରୂପ ଦିଆଯାଇଥିବା ସମସ୍ତେ ଆଲୋଚନା କରୁଛନ୍ତି I ପୋଲିସ ତଦନ୍ତ ଜାରି ରଖିଛି ଖୁବ ଶୀଘ୍ର ଏନେଇ ସମସ୍ତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ଜଣାଇଛି I ପୁରୀରୁ ସମ୍ବାଦଦାତା ଲକି @ଓଡିଶାExclusive

Leave a Reply

Your email address will not be published. Required fields are marked *