ବେଲପତ୍ର ହେଉଛି ସ୍ୱୟଂ ଶିବଙ୍କର ପ୍ରିୟ I ଏହି ପତ୍ର ଶିବଙ୍କ ମସ୍ତକ ରେ ଲାଗିହେଇଥାଏ I ଆୟୁର୍ବେଦିକ ଶାସ୍ତ୍ର ରେ ମଧ୍ୟ ବେଲପତ୍ର ର ମହତ୍ୱ ବର୍ଣ୍ଣନା କରାଯାଇଛି I ଏଥିରେ ଔଷଧୀୟ ଗୁଣ ଭରପୁର ହେଇ ରହିଥିବାରୁ ଏହାକୁ ଆୟୁର୍ବେଦ ରେ ଶ୍ରେଷ୍ଠ ଗଛ ଭାବେ ଅଭିହିତ କରାଯାଇଛି I ବେଲପତ୍ର ରେ ଭିଟାମିନ ଏ ,ବି ,ସି .କାଲସିଅମ ଏବଂ ଆଇରନ ରହିଥାଏ I ବେଲପତ୍ର ଖାଇବା ଦ୍ୱାରା ଶରୀର କୁ ଅନେକ ଲାଭ ମିଳିଥାଏ I
1)ସକାଳୁ 3/4ଟି ବେଲପତ୍ର କୁ ଖାଇବା ଦ୍ୱାରା ପେଟଜନିତ ରୋଗ ଯଥା ବଦହଜମି ,ଏସିଡ ,ଗ୍ୟାସ୍ଟ୍ରିକ ଏସବୁ ହେବାର ସମ୍ଭାବନା ନଥାଏ ଯଦି ଶରୀର ରେ ଏସବୁ ରୋଗ ଥାଏ ତେବେ ବେଲପତ୍ର ଖାଇବା ଦ୍ୱାରା ଏହା ନିୟନ୍ତ୍ରଣ ହେଇଥାଏ Iଏହା ମଧ୍ୟ ହୃଦଘାତ ,ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ
I 2) ଯଦି ଆପଣ ଙ୍କର କେଶ ଝଡ଼ୁଥାଏ ତେବେ ବେଲପତ୍ରଖାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହେଇଥାଏ I
3)ସାଧାରଣତଃ ଅନେକ ଲୋକଙ୍କ ଶରୀର ରୁ ଦୁର୍ଘନ୍ଧ ବାହାରିଥାଏ ଯେତେ ପରିସ୍କାର ହେଲେ ମଧ୍ୟ ଖରାପ ବାସ୍ନା ରହିଥାଏ ତେବେ ଗାଧେଇବା ପୂର୍ବରୁ ବେଲପତ୍ର ର ରସକୁ ଶରୀର ରେ ମାଲିସ କରି ଏକ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ ଏବଂ ପରେ ଗାଧେଇବା ଦ୍ୱାରା ଶରୀର ରୁ ଦୁର୍ଗନ୍ଧ ଦୂର ହେଇଥାଏ I
4) ଆପଣଙ୍କ ଶରୀରରେ ଯଦି ବ୍ରଣ କିମ୍ବା ଯାଦୁ କାଛୁ କୁଣ୍ଡିଆ ର ଦାଗ ରହିଯାଇଥାଏ ତେବେ ସକାଳେ ବେଲପତ୍ର ରସ ସହିତ ଜିରା ମିଶାଇ ପିଇବା ଦ୍ୱାରା ଦାଗ ସମ୍ପୂର୍ଣ୍ଣ ଦୂର ହେଇଥାଏ I
5) ଯଦି ଆପଣଙ୍କ ପାଟିରେ କୌଣସି ଘା ହେଇଥାଏ ତେବେ ନିୟମିତ କିଛିଦିନ ବେଲପତ୍ର ଚୋବାଇବା ଦ୍ୱାରା ପାଟିଘା ଅତି କମ ସମୟରେ ଭଲ ହେଇଥାଏ I