ବ୍ରଣ ସମସ୍ୟା ପାଇଁ ଚିନ୍ତିତ କି ?ଜାଣନ୍ତୁ କଣ କରିବେ ??

ଯୁବ ପିଢ଼ି ଙ୍କ ଏକ ପ୍ରମୁଖ ସମସ୍ୟା ହେଉଛି ବ୍ରଣ I ଯେତେ ଚେଷ୍ଟା କଲେ ମଧ୍ୟ ବ୍ରଣ କମି ନଥାଏ କି ଦାଗ ମଧ୍ୟ ଲିଭି ନଥାଏ I ତେବେ ଯଦି ଆପଣ ବ୍ରଣ ପାଇଁ ଚିନ୍ତିତ ତେବେ ନିହାତି ଏଇ ସବୁ ବିଷୟରେ ଜାଣନ୍ତୁ I ସାଧାରଣତଃ ମୁଁହ ତେଲିଆ ରହିଲେ ଏବଂ କମ ପାଣି ପିଇବା ଦ୍ୱାରା ବ୍ରଣ ବାହାରିଥାଏ I ମଇଳା ଏବଂ ଅପରିଷ୍କାର ହାତରେ ବ୍ରଣ କୁ ସ୍ପର୍ଶ କରନ୍ତୁ ନାହିଁ I ବ୍ରଣ ବାହାରିଲେ ଅଧିକାଂଶ ଜୋର ଜବରଦସ୍ତ ଫଟାଇଥାନ୍ତି ,ଏପରି କରିବା ଦ୍ୱାରା ଦାଗ ରହିଥାଏ I

ତେଣୁ ବ୍ରଣ ବାହାରିଲେ କେଭେଁବି ଜୋର କରି ଫଟାନ୍ତୁ ନାହିଁ I ଥଣ୍ଡା ପାଣିରେ ମୁଁହକୁ ବାରମ୍ବାର ଧୋଇବା ଦ୍ୱାରା ମୁଂହରୁ ତେଲିଆ ଅଂଶ କମିଥାଏ I ଗରିଷ୍ଠ ଖାଦ୍ୟ ,ମସଲା ଯୁକ୍ତ ଖାଦ୍ୟ ଏବଂ ଅଧିକ ଲଙ୍କା ଖାଇବା ଦ୍ୱାରା ବ୍ରଣ ଅଧିକ ହେଇଥାଏ I ଅଧିକ ପରିମାଣରେ ପାଣି ପିଇବା ଦ୍ୱାରା ବ୍ରଣ ହେଇନଥାଏ I ମୁଁହରେ ଯଦି ବରଫ ଘଷିବେ ତେବେ ଵ୍ରଣରୁ ମୁକ୍ତି ମିଳିବ I ଘରୋଇ ଉପଚାର :-1) ମହୁ ସହିତ ଚିନି ଏବଂ ଅଲିଭ ତେଲ

ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁଁହରେ 10/12ଦିନ ଯାଏଁ ଲଗାନ୍ତୁ ବ୍ରଣ ସମ୍ପୂର୍ଣ୍ଣ ଦୂରେଇଯିବ i 2)ମୁଁହରେ ଗରମ ବାମ୍ଫ ନେଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ

୍ତୁ 3)ଅଣ୍ଡା ର ଧଳା ଅଂଶ କୁ ଭଲଭାବରେ ଫେଣ୍ଟି ମୁଁହରେ ଲଗାଇ 10/15ମିନିଟ ପର୍ଯ୍ୟନ୍ତ ରଖିବା ପରେ ଧୋଇଦିଅନ୍ତୁ I ବ୍ରଣ ସମସ୍ୟାରୁ ମୁକ୍ତି ମିଳିବ I

Leave a Reply

Your email address will not be published. Required fields are marked *