ରାଜରାସ୍ତାରେ କାନ୍ଦୁଛନ୍ତି ଶିକ୍ଷକ , କେମିତି ପାଳିତ ହେବ ଗୁରୁଦିବସ iii

ସମାଜ ରେ ଗୁରୁଙ୍କର ଭୂମିକା ର ଯଥେଷ୍ଟ ମହତ୍ୱ ରହିଛି I ବାପା ମା ଙ୍କ ପରେ ଯିଏ ଆମକୁ ମଣିଷ କରି ଗଢି ତୋଳିଥାନ୍ତି ତାଙ୍କୁ ଗୁରୁ କୁହାଯାଏ I ଅନ୍ଧାର ରୂପକ ନର୍କରୁ ଯିଏ ଆଲୋକ ର ପଥ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ I ଗୁରୁଙ୍କର ଏହି ମହାନତା କୁ ସେପ୍ଟେମ୍ବର 5ରେ ଗୁରୁଦିବସ ଭାବେ ପାଳନ କରାଯାଏ I

ଆଜି ସେହି ଦିନ କିନ୍ତୁ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ,କେମିତି ଶିଶୁ ମାନେ ପାଳିବେ ଗୁରୁଦିବସ ? ତାଙ୍କ ପ୍ରିୟ ଗୁରୁ ମାନଙ୍କ ଅନୁପସ୍ଥିତ ରେ I ବାରମ୍ବାର ଶିକ୍ଷକ ମାନେ ଧର୍ମଘଟ ଆନ୍ଦୋଳନ କରି ଆଲୋଚନା ବିଚାର ବିମର୍ଶ ଚାଲିଥିଲେ ମଧ୍ୟ କୌଣସି ଫଳାଫଳ ମିଳିପାରୁନି I ସମାଜ କୁ ସୁସ୍ଥ କରି ଗଢିବାରେ ଯେଉଁ ଗୁରୁ ମାନଙ୍କର ଅବଦାନ ରହିଛି ସେମାନେ କିନ୍ତୁ ଅବହେଳିତ ,ସ୍ୱଳ୍ପ ଦରମାରେ ନିଜ ପରିବାର ପ୍ରତିପୋଷଣ କେମିତି କରିବେ ??ନିଜ ଅଧିକାର କୁ ପାଇବାକୁ ବିଗତ 21ଦିନ ଧରି ରାଜଧାନୀ ରାଜରାସ୍ତାରେ ଶିକ୍ଷକ ମାନେ ଆନ୍ଦୋଳନରେ ବସିରହିଥିଲେ ମଧ୍ୟ

ସରକାର ଙ୍କ ପକ୍ଷରୁ ନିଷ୍କର୍ସ ବାହାରିପାରିନି ଫଳରେ ଆଜିର ଗୁରୁଦିବସ କୁ କଳା ଦିବସ ରୂପେ ପାଳିବାକୁ ଅାହ୍ୱାନ ଦେଇଛି ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ I ଅପରପକ୍ଷରେ ଶିକ୍ଷା ମନ୍ତ୍ରୀ ଏହି କଳାଦିବସ ପାଳନ କୁ ନିନ୍ଦା କରିଛନ୍ତି I

Leave a Reply

Your email address will not be published. Required fields are marked *