କାହିଁକି ଦାମ ଖୋଲୁଛନ୍ତି ଦୁର୍ନୀତିର ଗୁମର ?? କୁହୁଳୁଥିବା ନିଆଁ ରୁ ବିଜେଡି ରେ ହେବ କି ବିସ୍ପୋରଣ ?? ବୈଜୟନ୍ତ ଙ୍କ ପରେ ଦାମ ??

କୁହାଯାଏ ତାଙ୍କ ତୁଣ୍ଡ ଖୋଲିଲେ ବିରୋଧୀ ସହିତ ଓଡ଼ିଶାର ମୁଣ୍ଡ ବିନ୍ଧିବା ଆରମ୍ଭ ହେଇଯାଏ ,ଏଇ ଦେଖୁନାହାନ୍ତି କହୁ କହୁ କଣ କହିଦେଇଥିଲେ ଯେ ସବୁ ବ୍ରାହ୍ମଣ ତାଙ୍କୁ ଅଭିଶାପ ପକେଇଲେ ,ଖାଲି କଣ ସେତିକି ଅଙ୍ଗନବାଡି ଦିଦି ମାନେ ବି ତାଙ୍କ ଘର ଘେରାଓ କଲେ ଏବେ କିନ୍ତୁ ତାଙ୍କ ତୁଣ୍ଡ ଖୋଲୁ ଖୋଲୁ ବିଜେଡି ର ମୁଣ୍ଡ ବିନ୍ଧିବା ଆରମ୍ଭ ହେଇଗଲାଣି I ହଁ ଆଜ୍ଞା ଏହା ସମ୍ପୂର୍ଣ୍ଣ ସତ କଥା ଏଇ ଦେଖୁନାହାନ୍ତି ଅନେକ ଦିନର ନୀରବତା ପରେ କହୁ କହୁ ଚାରା ଦୁର୍ନୀତି ,ଓମଫେଡ ଦୁର୍ନୀତି ,ସମବାୟ ଦୁର୍ନୀତି ର ସବୁ ଗୁମର ଏମିତି ଫିଟେଇଲେଣି ଯେ ବିରୋଧୀ ଦଳର ଆବଶ୍ୟକ ହିଁ ନାହିଁ ,ସତେ ଯେମିତି ଏକା ଦାମ ହିଁ ବିଜେଡି କୁ ଦୋହଲାଇଦେବେ I

ୟା ମଧ୍ୟରେ ବିଜେଡି ର ଅନ୍ୟ ନେତାଙ୍କ ନାମ ମଧ୍ୟ ଦାମ ନେଇଛନ୍ତି ଏବଂ ଖୋଲାଖୋଲି ସେମାନଙ୍କୁ ଏହି ଦୁର୍ନୀତି ରେ ଜଡିତ ଥିବାର ଆକ୍ଷେପ କରିଥିଲେ ମଧ୍ୟ ବିଜେଡି ପକ୍ଷରୁ ଦାମ ଙ୍କୁ ଏଯାଏଁ ତାଗିଦ କରାଯାଇନି କିମ୍ବା ତାଙ୍କ ଆକ୍ଷେପ ର କୌଣସି ଉତ୍ତର ରଖାଯାଇନି ଏଯାଏଁ I ଅର୍ଥାତ ମୋୖନେ ସନମତି ଲକ୍ଷଣ ମର୍ମ ରେ ଏହା ବୁଝିବାକୁ ହେବ ଯେ ଦୁର୍ନୀତି ରେ ବଡ଼ପଣ୍ଡା ମାନଙ୍କର ଜଡିତ ଅଛି I ତେବେ କାହିଁକି ବଳିଷ୍ଠ ନେତା ଦାମ ଏପରି ଦଳୀୟ ଗୁମର କୁ ଖୋଲାଖୋଲି ବିଶୋଦଗାର କରୁଛନ୍ତି ତାହା ସର୍ବସାଧାରଣ ରେ ଚର୍ଚ୍ଚା I

ଥୋକାଏ କହୁଛନ୍ତି କି ବିଜେଡି ଦଳ ଗଠନ ରେ ଦାମ ବାବୁ ଥିଲେ ମୁଖ୍ୟ ପୁରଧା ,କିନ୍ତୁ ତୃତୀୟ ମହଲା ଚର୍ଚିତ ପାୱାରଫୁଲ ବ୍ୟକ୍ତିଙ୍କ ପ୍ରଭାବରେ ଦାମ ରାଉତ ଙ୍କର ପକ୍ଷ ଛେଦନ କରାଯାଇଥିଲା I ତାଙ୍କୁ ଅକସ୍ମାତ ମନ୍ତ୍ରୀପଦ ରୁ ହଟାଇ ଦିଆଯାଇଥିଲା I ଦଳୀୟ ବୈଠକ ରେ ତାଙ୍କୁ ଡକାଯାଇନଥିଲା I ଦିନେ ଯେଉଁ ଦାମ ରାଉତ ଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଘଡ଼ିକି ଘଡି ଡାକି କଥା ହେଉଥିଲେ ,ଆଜି କିନ୍ତୁ ପରିସ୍ଥିତି ବଦଳିଯାଇଛି I

ବୋଧହୁଏ ଏ ସବୁ ଦଳୀୟ ଅସନ୍ତୋଷ କୁ ଦାମ ବାବୁଙ୍କୁ ବାଧ୍ୟ କରିଛି ପାଟି ଖୋଲିବାକୁ I ତେବେ ଆଉ ଥୋକାଏ କହୁଛନ୍ତି କି ବାବୁ ବୈଜୟନ୍ତ ଙ୍କ ପଥରେ ଦାମ ରାଉତ I ବୈଜୟନ୍ତ ମଧ୍ୟ ଦଳରେ ରହିକି ଦଳର ଭୁଲ କୁ ଲୋକଲୋଚନ କୁ ଆଣିବା ସହିତ ତୃତୀୟମାହାଲା କୁ ଟାର୍ଗେଟ କରିଥିଲେ ଫଳରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା I ୟା ମଧ୍ୟରେ ସେ କୌଣସି ଦଳରେ ଯୋଗ ଦେଇନାହାନ୍ତି I ଏବେ କିନ୍ତୁ ଦାମ ରାଉତ ବୈଜୟନ୍ତ ଙ୍କ ପଦାଙ୍କ ଅନୁସରଣ କରୁଥିବା ମନେହୁଏ

Iକିନ୍ତୁ ଦାମ ରାଉତ ଙ୍କର ବିକଳ୍ପ ପାଇବା ବିଜେଡି ପାଇଁ ଏତେ ସହଜ ନୁହେଁ ,କାହିଁକିନା ଦାମ କେବଳ ତାଙ୍କ ନିର୍ବାଚନ ନୁହେଁ ଓଡ଼ିଶାରେ ବେସ ପରିଚିତ I ଚର୍ଚା ହେଉଛି କି ତୃତୀୟ ମହଲା କ୍ଷମତାକେନ୍ଦ୍ର କୁ ପାନେ ଦେବାକୁ ସମସ୍ତ ମୂଳ ବିଜେଡି ଅର୍ଥାତ ଜନତା ଦଳର ନେତାମାନେ ଏକାଠି ହେଉଛନ୍ତି I ଆଉ ଏଥିରେ ମୁଖ୍ୟ ପୁରଧା ସାଜିପାରନ୍ତି ବାବୁ ବୈଜୟନ୍ତ I

ସମସ୍ତ ପୁରୁଣା ନେତାଙ୍କୁ ଏକାଠି କରି ବିଜେଡି ର ଏକ ବିକଳ୍ପ ସୃଷ୍ଟି କରିପାରନ୍ତି I ଆଉ ଏହି ମହା ଲଢେଇ ରେ ରାୟ ,ମହାପାତ୍ରେ ବାବୁ ବି ସାମିଲ ହେବାକୁ ଯାଉଛନ୍ତି ,କାହିଁକିନା ଏମାନେ ଥିଲେ ବିଜେଡି ସୃଷ୍ଟିର ମୁଖ୍ୟ ପୁରଧା ,ଏହା ସହିତ ଦଳୀୟ ଅବହେଳାର ଶିକାର ହେଇଥିବା ଅନେକ ତୁଙ୍ଗ ଏବଂ ପୁରୁଣା ନେତା ବି ହାତ ମିଶେଇପାରନ୍ତି I ଏବେ ଖାଲି ଦେଖିବାକୁ ରହୁଛି ବୈଜୟନ୍ତ ଙ୍କ ପରେ ତୁଣ୍ଡ ଖୋଲିଥିବା ଦାମଙ୍କ ଅବସ୍ଥା କଣ ହେଉଛି ଏକ ବଡ ବିସ୍ପୋରଣ ର ଆଭାସ ମିଳୁଛି ,କାହିଁକିନା ଦାମ ବାବୁ ହେଉଛନ୍ତି ଜଣେ ବାରୂଦ ଗଦା ନିଆଁ ଲାଗିଲେ ବିସ୍ପୋରଣ I

Leave a Reply

Your email address will not be published. Required fields are marked *