ଦୁର୍ନୀତି ର ଗୁମର ଖୋଲିବା ମହଙ୍ଗା ପଡିଲା ବିଜେଡି ରୁ ବିଦା ହେବେ ଦାମ

ବିଜେଡିର ତୁଣ୍ଡ ଦାମ ରାଉତ ଲଗାତାର ସରକାର ଙ୍କ ବିଭିର୍ଣ୍ଣ ବିଭାଗରେ ହେଇଥିବା ଦୁର୍ନୀତିର ଗୁମର ଖୋଲିବା ପରେ ଏବେ ନିଜ ଦଳରେ ତାଙ୍କ ପ୍ରତି କଟୁ ସମାଲୋଚନା ହେବାରେ ଲାଗିଛି I ଶେଷରେ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ଦଳୀୟ କର୍ମୀ ଙ୍କ ସହିତ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଏବଂ ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି I

ଦାମ ରାଉତ ବିଜେଡି ରେ ଥାଇ ମଧ୍ୟ ଲଗାତାର ଦଳୀୟ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ,ଯାହାଦ୍ୱାରା ଏହା ଦଳକୁ ଅସୁବିଧାରେ ପକାଉଛି ,ତେଣୁ ତୁରନ୍ତ ଦାମ ଙ୍କୁ ଦଳରୁ ବହିଷ୍କାର କରାଯିବାକୁ ଅଭିଯୋଗ ରେ ଉଲ୍ଲେଖ କରାଯାଇଛି I

ଅପରପକ୍ଷରେ ଏନେଇ ଦାମ ରାଉତ କହିଛନ୍ତି ଯେ ବିଷ୍ଣୁ ଦାସ ଙ୍କ କଥାରେ କଣ ମୁଖ୍ୟମନ୍ତ୍ରୀ ମତେ ଦଳରୁ କାଢ଼ିଦେବେ ?? ବିଷ୍ଣୁ ଦାସ କେମିତି ଲୋକ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି I ବିଷ୍ଣୁ ଦାସ ମୁଖ୍ୟମନ୍ତ୍ରୀ ଙ୍କୁ ସବୁବେଳେ ବିରୋଧ କରୁଥିଲେ ଯେଉଁଥିପାଇଁ ତାଙ୍କୁ ପ୍ୟାରୀମୋହନ ଦଳରୁ ଥରେ ବହିଷ୍କାର କରିଥିଲେ ,ଅନ୍ୟପଟରେ ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କ କପାଳରେ କଙ୍କଡା ବିଛା ପଶିଲାନି ସେଥିପାଇଁ ସେ ଏମିତି ହେଉଛନ୍ତି ବୋଲି ଦାମ କହିଛନ୍ତି I ଅନ୍ୟପଟେ ଦାମ କହିଛନ୍ତି ଯେ ତାଙ୍କୁ ଦଳୀୟ ଉପ ସଭାପତି,ମନ୍ତ୍ରୀପଦ ରୁ ବିଦା କରିଦିଆଯାଇଛି ତଥାପି ସେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିନାହାନ୍ତି ଯଦି ଦଳରୁ ବିଦା କରିଦିଆଯାଏ ତେବେ ବି ସେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିବେ ନାହିଁ I

Leave a Reply

Your email address will not be published. Required fields are marked *