ଫୁଲବାଣୀ ର ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁର ଙ୍କୁ ଗିରଫ କରିଛି ଫୁଲବାଣୀ ପୋଲିସ୍।
କହଁର ଙ୍କ ଉପରେ ଲାଗିଛି ଦୁଇ ମହିଳା ଙ୍କୁ ଆକ୍ରମଣ କରିବା ପରି ଅଭିଯୋଗ।ଅଭିଯୋଗ ମୁତାବକ ସେ ଜଣେ ଯୁବତୀ ଓ ତାଙ୍କ ମାଆ ଙ୍କ ଉପରକୁ ଆକ୍ରମଣ କରିଥିଲେ।
ପରେ ପରେ ତାଙ୍କ ପାଇ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ମଧ୍ୟ ପଠାଇ ଦିଆଯାଇଛି।
ସେପ୍ଟେମ୍ବର ୫ ତାରିକ ରେ ଯୁବତୀ ଜଣକ ଥାନା ରେ ଦେବେନ୍ଦ୍ର ଙ୍କ ବିରୋଧ ରେ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ମୁତାବକ ଦେବେନ୍ଦ୍ର ତାଙ୍କ ଘରେ ପଶି ମା ଙ୍କୁ ଓ ତାଙ୍କୁ ଖରାପ୍ ବ୍ୟବହାର କରିବା ସହ ମାଡ଼ ମଧ୍ୟ ମାରିଥିଲେ।
କିନ୍ତୁ ଅପର ପକ୍ଷରେ ଏହାକୁ ଖଣ୍ଡନ କରି ଦେବେନ୍ଦ୍ର କହିଛନ୍ତି ଯେ ତାଙ୍କୁ ବଦନାମ୍ କରିବାକୁ ଏହା ଏକ ଷଡ଼ଯନ୍ତ୍ର ।