ଅନେକ ଗସିପ୍ ଓ ଚର୍ଚ୍ଚା ପରେ ଏବେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ର ବାଜି ରାଓ ଓ ମସ୍ତନୀ।
ଦୀର୍ଘ ୪ ବର୍ଷ ଧରି ରିଲେସନ ସିପ୍ ରେ ରାଜୀବ ପରେ ଶେଷରେ ବିବାହ କରିବାକୁ ନିଷ୍ପତି ନେଇଛନ୍ତି ଏହି ଯୋଡ଼ି।
ଏହି ଖବର ଉଭୟ ସୋସିଆଲ ମିଡ଼ିଆ ରେ ପ୍ରକାଶ କରିଛନ୍ତି। ସୋସିଆଲ ମିଡ଼ିଆ ରେ ଥିବା ବିବାହ ପତ୍ର ଅନୁସାରେ ଆଗାମୀ ୧୪ ଓ ୧୫ ନଭେମ୍ବର ରେ ବିବାହ କରୁଛନ୍ତି ଦୀପିକା ଓ ରଣବୀର।
ନିମ୍ନ ରେ ରହିଲା ଦୀପିକା ରଣବୀର ଙ୍କ ଦ୍ଵାରା ଦିଆ ଯାଇଥିବା ନିମନ୍ତ୍ରଣ ପତ୍ର।
ତେବେ ଏହି ଖବର ବଲିଉଡ୍ ପ୍ରେମୀ ଓ ସୋସିଆଲ ମିଡିଆ ରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।