ଏସ୍‌ପିଙ୍କୁ ଇମ୍ଫାର ଚେତାବନୀ : ଜବତ ହେଇଥିବା ହେଲିକପ୍ଟରର ତ୍ରୁଟି ହେଲେ ପୋଲିସ ଠାରୁ ଭରଣା କରାଯିବ I

ପୁରୀ ଚିଲିକା ର ନିଷିଦ୍ଧାଞ୍ଚଳ ରେ ବୈଜୟନ୍ତ ଙ୍କ ହେଲି‌କେପ୍ଟର ଉଡିଥିବା ନେଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ବିମାନ ବନ୍ଦର ରୁ ବୈଜୟନ୍ତ ଙ୍କ ହେଲିକପ୍ଟର ସିଲ କରିଥିଲେ Iଯଦିଓ ଏନେଇ ବୈଜୟନ୍ତ ଏବଂ ବିମାନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇସାରିଛନ୍ତି ଯେ ଅଭିଯୋଗ କରାଯାଇଥିବା ସମୟ ଅନୁଯାଇ ତାଙ୍କ ହେଲିକପ୍ଟର ବିମାନବନ୍ଦର ରେ ନିର୍ଧାରିତ ସମୟ ପୂର୍ବରୁ ପହଂଚି ସାରିଥିଲା ଏବଂ ଚିଲିକା ଏକ ନିଷିଦ୍ଧାଞ୍ଚଳ ନୁହେଁ ,ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମେତ ବିଜେଡି ର ବହୁ ବରିଷ୍ଠ ନେତା ଚିଲିକା ଉପରେ ଉଡ଼ିଛନ୍ତି I

ତେଣୁ ତାଙ୍କ ହେଲିକପ୍ଟର ଜବତ ଦ୍ୱାରା ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ,ଅପରପକ୍ଷରେ ଗୋଟିଏ ହେଲିକପ୍ଟର ଉଡିଥିଲେ ମଧ୍ୟ ଇମ୍ଫା ର ହାଙ୍ଗର ରେ ଥିବା ଅନ୍ୟ ଦୁଇଟି ହେଲିକପ୍ଟର କୁ ସିଲ କରାଯାଇଛି Iୟା ମଧ୍ୟରେ ଏକ ମାସ ରୁ ଉର୍ଧ ସମୟ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ କରାଯାଉନାହିଁ I ଯାହାଫଳରେ ହେଲିକପ୍ଟର ର ରକ୍ଷଣାବେକ୍ଷଣ ସଠିକ ସମୟରେ କରାଯାଇପାରୁନାହିଁ I

ରକ୍ଷଣାବେକ୍ଷଣ ଅଭାବ ହେତୁ ଯଦି ହେଲିକପ୍ଟର ରେ କୌଣସି କ୍ଷତି ହୁଏ ତେବେ ସେଥିପାଇଁ ପୋଲିସ ଦାୟୀ ରହିବ ଏବଂ ଏହାର ଭରଣା କରିବ Iଏନେଇ ଇମ୍ଫାର ବିମାନ ଚଳାଚଳ (ଆଭିଏସନ୍) ମୁଖ୍ୟ ହିଂମାଶୁ ଶେଖର ମହାପାତ୍ର ଏକ ଚିଠି ଦ୍ୱାରା ପୁରୀ ଏସପି ଙ୍କୁ ଜଣାଇଛନ୍ତି I

Leave a Reply

Your email address will not be published. Required fields are marked *