ଦରକIର ପଡ଼ିଲେ ଫୁଟ୍‌ପାଥ୍‌ରେ ପକୁଡ଼ି ବିକିବେ କିନ୍ତୁ କସ୍ମିନ କାଳେ ବିଜେପି ରେ ଯୋଗ ଦେବେନି ବିଧାୟକ କୃଷ୍ଣ

କିଛିଦିନ ତଳେ କଂଗ୍ରେସ ର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ କୃଷ୍ଣଚନ୍ଦ୍ର ସଗରିଆ। କୁନ୍ଦୁଲି ପୀଡିତା ଙ୍କୁ ନ୍ୟାୟ ଦେଇନପାରିବାରୁ ନିଜର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛନ୍ତି ବୋଲି କହିଥିଲେ କିନ୍ତୁ ଏହାକୁ ନେଇ ରାଜନୀତି ଆରମ୍ଭ ହେବାରେ ଲାଗିଲା କିଛି ବିରୋଧୀ କୃଷ୍ଣଚନ୍ଦ୍ର ସଗରିଆ। ବିଜେପି ରେ ମିଶିବେ ତ ଆଉ କିଛି ବିଜେଡି ରେ ମନ୍ତ୍ରୀ ହେବା ପାଇଁ କଂଗ୍ରେସ ଛାଡିଲେ ବୋଲି ପ୍ରଚାର କରିବାକୁ ଆଜି କୃଷ୍ଣ ଖଣ୍ଡନ କରିଛନ୍ତି I

କୌଣସି ମତେ ସେ ବିଜେପି ରେ ଯୋଗ ଦେବେନି ବୋଲି ରୋକଠୋକ ଶୁଣାଇଦେଇଛନ୍ତି I ଫୁଟ୍‌ପାଥ୍‌ରେ ପଛକେ ପକୁଡ଼ି ବିକିବେ କିନ୍ତୁ ବିଜେପି ରେ ଯୋଗ ଦେବେନି I ରାଜ୍ୟରେ ବିଜେଡି ଏବଂ କେନ୍ଦ୍ର ରେ ବିଜେପି ଉଭୟ ଦୁର୍ନୀତିରେ ଉବୁଟୁବୁ ,କୁନ୍ଦୁଲି କୁ ନ୍ୟାୟ ଦେବାରେ ଅସଫଳ I ଆଗାମୀ ନିର୍ବାଚନ ରେ ସେ ସ୍ୱାଧୀନ ଭାବରେ ପଛେ ଲଢ଼ିବେ କିନ୍ତୁ ବିଜେପି ରେ ମିଶିବେ ନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି I

Leave a Reply

Your email address will not be published. Required fields are marked *