ୟୁଟ୍ୟୁବ ରୁ ଓଡ଼ିଶାର ପ୍ରଥମ ଟେକ୍ନିକାଲ ୟୁଟ୍ୟୁବ ଚାନେଲ ଓଡ଼ିଆ କ୍ରିଏଟିଭିଟି ଡିଲେଟ ହେଇଗଲା

ୟୁଟ୍ୟୁବ ଏକ ଏପରି ପ୍ଲାଟଫର୍ମ ଯେଉଁଥିରେ କି ସାଧାରଣ ଲୋକ ରାତାରାତି ସୁପରଷ୍ଟାର ପାଲଟିଯାଆନ୍ତି I ଏହା ଛଡା ଯେଉଁମାନଙ୍କ ପାଖରେ ଟ୍ୟାଲେଣ୍ଟ ଥାଏ ସେମାନେ ୟୁଟ୍ୟୁବ ରେ ଚାନେଲ ତିଆରି କରି ନିଜର ଟ୍ୟାଲେଣ୍ଟ କୁ ଭିଡିଓ ମାଧ୍ୟମ ରେ ସମସ୍ତଙ୍କ ସାମ୍ନାରେ ପ୍ରଦର୍ଶନ କରିଥାନ୍ତି I ଏଥିପାଇଁ ୟୁଟ୍ୟୁବ ତରଫରୁ ମଧ୍ୟ ପାରିଶ୍ରମିକ ମିଳିଥାଏ ଭିଡିଓ ର ଭିୟୁଜ ଅନୁଯାଇ I ବିଗତ 3ବର୍ଷ ଧରି ଭାରତ ରେ ୟୁଟୁବ ର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଓଡିଶା ରେ ମଧ୍ୟ ଏହା ଲୋକାଦୃତ ହେବାରେ ଲାଗିଛି I ସେହିପରି ଜଣେ ହେଲେ ଅନୋଜ I ଯିଏ କି ଟେକ୍ନିକାଲ ସମ୍ପର୍କିତ ଭିଡିଓ ତିଆରି କରି ୟୁଟ୍ୟୁବ ରେ ଓଡ଼ିଆ କ୍ରିଏଟିଭିଟି ନାମରେ ଏକ ଚାନେଲ ଖୋଲି ଲୋକଙ୍କ ସାମ୍ନା ରେ ପହଞ୍ଚାନ୍ତି I

ମୋବାଇଲ ସମ୍ପର୍କିତ ,ଆଧାର ,ଭୋଟର ଆଇଡି ଏପରି ଅନେକ ଟେକ୍ନିକାଲ ବିଷୟରେ ଅତି ସହଜରେ ବୁଝାଇବାକୁ ଚେଷ୍ଟା କରିଥାନ୍ତି Iଓଡିଶା ରେ ନିଜ ଭାଷାରେ ପ୍ରସ୍ତୁତ ଭିଡିଓ ପାଇଁ ପ୍ରଥମରୁ ହିଁ ତାଙ୍କୁ ମିଳିଥିଲା ସଫଳତା ,ଚାନେଲ ଆରମ୍ଭ ରୁ 4ମାସ ମଧ୍ୟରେ 50ହଜାର ସଵସ୍କ୍ରାଇବର ଏବଂ 8ମାସ ମଧ୍ୟରେ ଏକ ଲକ୍ଷ ସଵସ୍କ୍ରାଇବର ପୁରଣ କରିଥିଲେ I

ଇତିମଧ୍ୟରେ ୩ଲକ୍ଷ ପଚାଶ ହଜାର ସଵସ୍କ୍ରାଇବର ହାତେଇଥିବା ଅନୋଜ ୟୁଟ୍ୟୁବ ଓଡ଼ିଶାରେ ଏକ ପରିଚିତ ନାମ ହେଇପାରିଥିଲେ

I କିନ୍ତୁ ୟା ମଧ୍ୟରେ ଗତ ଅକ୍ଟବର 30 ରେ ତାଙ୍କ ଚାନେଲ ଓଡ଼ିଆ କ୍ରିଏଟିଭିଟି କୁ ୟୁଟ୍ୟୁବ ତରଫରୁ ଡିଲେଟ କରିଦିଆଯାଇଛି I ଏହାର ନିର୍ଦ୍ଧିଷ୍ଟ କାରଣ ଜଣାନଥିଲେ ମଧ୍ୟ ଫେକ କପି ରାଇଟ ଷ୍ଟ୍ରାଇକ ପାଇଁ ଡିଲେଟ ହେଇଥିବା ଅନୋଜ କହିଛନ୍ତି I ସୂଚନା ଥାଉ କି 10 ମାର୍ଚ୍ଚ 1991 ରେ ବାଲେଶ୍ୱର ର ତୁଡିଗଡିଆ ରେ ଅନୋଜ ସାମଲ ଜନ୍ମ ନେଇଥିଲେ ଏବଂ ଓଡିଶା ୟୁଟୁବ ରେ ଓଡ଼ିଆ କ୍ରିଏଟିଭିଟି ଚାନେଲ ଦ୍ୱାରା ସେ ବେଶ ଲୋକପ୍ରିୟ ହେଇପାରିଥିଲେ I

Leave a Reply

Your email address will not be published. Required fields are marked *